ହେଡଲାଇନସ୍:

ସାହିତ୍ୟ ସମାଜକୁ ଋଦ୍ଧିମନ୍ତ କରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡିଶା ସାହିତ୍ୟ ଏକାଡେମୀ ଆଲୋଚନା ଚକ୍ରରେ ବକ୍ତାଙ୍କ ମତ

ବଲାଙ୍ଗିରରୁ ନିରୋଜ ମିଶ୍ର - ସାହିତ୍ୟ ସମାଜକୁ ୠଦ୍ଧିମନ୍ତ କରେ । ସମାଜକୁ ଦିଗଦର୍ଶନ ଦିଏ । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ  ଆଲୋଚନା ଚକ୍ରରେ ଯୋଗ ଦେଇ ପଦ୍ମଶ୍ରୀ ଡ଼ଃ ଶ୍ରୀନିବାସ ଉଦ୍ଗାତା ଏ ମତ ପ୍ରକାଶ କରିଛନ୍ତି । ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ଉକ୍ତ ଆଲୋଚନାଚକ୍ର ଓ କବିତା ପାଠକୁ ପଦ୍ମଶ୍ରୀ ଡ଼ଃ ଉଦ୍ଗାତା  ଉଦ୍ଘାଟନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଜଜ୍ ସୂର୍ଯ୍ୟ ପ୍ରକାଶ କର, ସମ୍ମାନୀତ ଅତିଥି ଭାବେ ଡ଼ଃ ସୁଷମା ମଞ୍ଜରୀ ନାୟକ, ଅଧ୍ୟକ୍ଷା ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର, ସଭାମୁଖ୍ୟ ଭାବେ ଗାୟତ୍ରୀ ସରାଫ୍, ଉପ-ସଭାପତି, ସାହିତ୍ୟ ଏକାଡେମୀ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କ୍ଷେତ୍ରବାସୀ ନାଏକ ଓ ଧନ୍ୟବାଦ ଦେଇଥିଲେ କୌତୁକ ପନ୍ଦର । ବଲାଙ୍ଗିର ସାରସ୍ୱତ ଜଗତ ଖୁବ୍ ବଳିଷ୍ଠ  । କାହିଁ କେତେ ଦିନରୁ ଏହି ମାଟିର ସାହିତ୍ୟ ସାଧକ ମାନେ ଯଥେଷ୍ଟ ଅବଦାନ ଦେଇ ଆସିଛନ୍ତି । ସାହିତ୍ୟ ଜଗତକୁ ଦିବଙ୍ଗତ ଗୋକୁଳାନନ୍ଦ ଅଗସ୍ତି ଶର୍ମା, ବିଧୂ ଭୁଷଣ ଗୁରୁ, ବ୍ରଜ ବିହାରୀ, ଅଶୋକ ଚନ୍ଦନ, ଇନ୍ଦ୍ରମଣୀ ସାହୁ ଆଦି ସାହିତ୍ୟ ସ୍ରଷ୍ଟାମାନେ ପୂର୍ବରୁ ଯେତେ ବଳିଷ୍ଠ  ଅବଦାନ ସାହିତ୍ୟ ଜଗତକୁ ଦେଇଛନ୍ତି ବର୍ତ୍ତମାନର ସ୍ରଷ୍ଟା ମାନେ ବି ସେଭଳି ଯଥେଷ୍ଟ ଅବଦାନ ଦେବାର ଜାରି ରଖିଛନ୍ତି ବୋଲି ‘ସାହିତ୍ୟ ଜଗତକୁ ବଲାଙ୍ଗିରର ଅବଦାନ’ ବିଷୟ ଉପରେ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଏହି ଆଲୋଚନା ଚକ୍ରରେ ସଭାମୁଖ୍ୟ ଭାବେ ଡ଼ଃ ମଧୁସୂଦନ ପତି, ଅତିବଡି ଜଗନ୍ନାଥ ଦାଶ ପୁରସ୍କାର ବିଜେତା, ସମ୍ମାନୀତ ଅତିଥି ଭାବେ ଚନ୍ଦ୍ର ଶେଖର ହୋତା, ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ ମଞ୍ଚାସୀନ ଥିଲେ ।  ଭିତ୍ତି ପ୍ରବନ୍ଧ ଡ଼ଃ ସନ୍ତୋଷ କୁମାର ରଥ ଉପସ୍ଥାପନ କରିଥିବା ବେଳେ ସମ୍ମାନୀତ ଆଲୋଚକ ଭାବେ ଜଗଦାନନ୍ଦ ଛୁରିଆ, ମନୋଜ କୁମାର ପଣ୍ଡା, ସନ୍ଦୀପ କୁମାର କୁଅଁର ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା କବି ଆନନ୍ଦ ଚନ୍ଦ୍ର ସାହୁ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ବିଜୟ କୁମାର ତ୍ରିପାଠୀ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନ କବିତା ପାଠରେ ସଭାମୁଖ୍ୟ ଭାବେ ଡ଼ଃ ପ୍ରହଲ୍ଲାଦ ଶତପଥୀ, ସମ୍ମାନୀତ ଅତିଥି ଭାବେ ଗଜାନନ ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଚତୁର୍ଭୁଜ ସାନ୍ତ, ସୁଜିତ କୁମାର ଶତପଥୀ, ସୈରେନ୍ଦ୍ରୀ ପରିଡା, ଆଶିଷ କୁମାର ଚନ୍ଦନ । ବଲାଙ୍ଗିର ଜିଲ୍ଲାର ଶତାଧିକ କବି  କବିତା ଆସରରେ ସ୍ୱରଚିତ କବିତା ପାଠ କରିଥିବା ବେଳେ ଅଧିକାଂଶ କୋଶଲୀ କବିତା ଏହି ଆସରରେ ପାଠ ହୋଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ଼ଃ ସଞ୍ଜୟ କୁମାର ମିଶ୍ର । ଉକ୍ତ ଉତ୍ସବରେ ତିନି ଶହରୁ ଉର୍ଧ୍ଵ  କବି ଓ ଲେଖକ ମାନେ ଯୋଗ ଦେଇଥିଲେ । 

0
0
0
s2sdefault