କୁକୁଡାଖଣ୍ଡିସ୍ଥିତ ବିଞାନ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗରେ ବିଶ୍ୱ ମ୍ୟାଲେରିଆ ଦିବସ ଏବଂ ଜାତୀୟ ଡି.ଏନ୍.ଏ ଦିବସ ପାଳିତ ହୋଇଛି। ପ୍ରଥମେ ଦୀପ ପ୍ରଜ୍ବଳନ କରି ପରିବେଶକୁ ସକାରାତ୍ମକ କରାଯାଇଥିଲା। ପ୍ରତିବର୍ଷ ବିଶ୍ୱ ମାଲେରିଆ ଦିବସ ଆମକୁ ଏହି ରୋଗ ବିରୋଧରେ ଲଢ଼ିବା ପାଇଁ ସଚେତନ କରାଯାଉଛି। ମାଲେରିଆ ମାତ୍ର ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ସମୁଦାୟ ସ୍ୱାସ୍ଥ୍ୟ ସହ ଜଡିତ। ତେଣୁ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ହେଉଛି ମଶାର ବିକାଶକୁ ରୋକିବା ଓ ନିଜ ପରିବେଶକୁ ସଫା ରଖିବା। ଯଦି ଆମେ ଠିକ୍ ସମୟରେ ସତର୍କ ହେବା, ତେବେ ମାଲେରିଆକୁ ନିଶ୍ଚିତ ଭାବରେ ହରାଇ ପାରିବା।
ରୋଗକୁ ଅଟକାଇବା ପାଇଁ କେଉଁ ଭଳି ସ୍ୱଚ୍ଛତା ପରିବେଶ ଓ ନିଜେ କିପରି ସୁରକ୍ଷା ବଜାୟ ରଖିବା ସେହି ବିଷୟରେ ପ୍ରଥମେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର. କେ. କ୍ରିଷ୍ଣା ରାଜୁ ପାତ୍ର କିଛି ସନ୍ଦେଶ ମୂଳକ ବାର୍ତ୍ତା ପ୍ରଦାନ କରି ଛାତ୍ର ଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ।ଯୁକ୍ତ ୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀମାନେ ରୋଗର ଲକ୍ଷଣ ତାହାର ସୁରକ୍ଷା ବିଷୟରେ ଏବଂ ଡି.ଏନ୍.ଏର ସକାରାତ୍ମକ ଚିନ୍ତାଧାରା ଉପରେ ପୃଥ୍ୱୀରାଜ ସ୍ୱାଇଁ, ପ୍ରଣିତା କୁମାରି ବେହେରା ଓ ଶୁଭମ ପ୍ରଧାନ ସନ୍ଧର୍ବ ପାଠ କରିଥିଲେ।
ରାଜ୍ୟ
"ମ୍ୟାଲେରିଆକୁ ହରାଇବା ଆମ ହାତରେ" ଶୀର୍ଷକରେ ପାଳିତ ହେଲା ବିଶ୍ୱ ମ୍ୟାଲେରିଆ ଦିବସ।
- Hits: 7








