DLPC ମିଟିଙ୍ଗ ପୂର୍ବରୁ ଚାଷୀ ନେତା ଗିରଫ, ଧାନ କିଣା ନେଇ ପ୍ରଶ୍ନରେ ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :-DLPCମିଟିଙ୍ଗ ପୂର୍ବରୁ ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ ନେଇ ପରିସ୍ଥିତି ତିବ୍ର ହୋଇଉଠିଛି। ଚାଷୀ ସମସ୍ୟାକୁ ନେଇ ଆଗୁଆଁ ହୋଇଥିବା କିଛି ଚାଷୀ ନେତାଙ୍କୁ ପୋଲିସ ଗିରଫ କରି ବିଭିନ୍ନ ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଧାନ ବିକ୍ରୀରୁ ବଞ୍ଚିତ ହେବା ଯୋଗୁଁ ଜିଲ୍ଲାର କିଛି ଚାଷୀ ଗତ ୪୮ ଦିନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ଧାରଣାରେ ବସିଥିଲେ। କିନ୍ତୁ ସେମାନଙ୍କ ଧାନ କିଣାଯାଇନଥିବା ବେଳେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ଗିରଫ କରାଯାଇଥିବାରୁ ଅସନ୍ତୋଷ ଆହୁରି ବଢ଼ିଛି।ଚାଷୀ ସଂଗଠନମାନେ ପ୍ରଶ୍ନ କରିଛନ୍ତି ଯେ, ଏପରି ପରିସ୍ଥିତିରେ DLPC ମିଟିଙ୍ଗ କାହା ସ୍ୱାର୍ଥରେ ହେଉଛି?

ସେମାନଙ୍କ କହିବା ଅନୁଯାୟୀ, ଗତ ଖରିଫ ଋତୁରେ ଶହ ଶହ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ବିକ୍ରୀ ହୋଇପାରିନାହିଁ। ସହରା ଟିକ୍ରାରେ ପ୍ରାୟ ୨୫ରୁ ୩୦ ହଜାର ପକେଟ ଧାନ, ଅମ୍ବାଭାନାରେ ୨୦୦୦ ପକେଟ ଧାନ ଓ ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି।ଏହି ପରିପ୍ରେକ୍ଷିତରେ ରାଜ୍ୟ ସରକାର ସମସ୍ତ ଚାଷୀଙ୍କ ଧାନ କିଣାଯାଇଛି କିମ୍ବା କିଣାଯିବ ବୋଲି କହୁଥିବା ଦାବି ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଚାଷୀ ସଂଗଠନମାନେ ଏହାକୁ ସରକାରଙ୍କ ଅସଲ ମୁଖା ଖୋଲିଯିବା ବୋଲି ଅଭିଯୋଗ କରିଛନ୍ତି।ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତିବ୍ର ହେବାର ସମ୍ଭାବନା ରହିଛି।

0
0
0
s2sdefault