ବେଲଗୁଣ୍ଠାରେ ଗ୍ୟାସ୍ ଯୋଗାଣରେ ଅନିୟମିତତା: ଉପ-ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବଣିକ ସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବେଲଗୁଣ୍ଠା-୨୪/୦୪- (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ରନ୍ଧନ ଗ୍ୟାସ୍ ବିତରଣରେ ଦେଖାଦେଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଆଜି ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ବେଲଗୁଣ୍ଠାର ଗ୍ୟାସ୍ ଗ୍ରାହକମାନେ ଠିକ୍ ସମୟରେ ସିଲିଣ୍ଡର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିସହ କେତେକ ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଗ୍ରାହକମାନେ ନ ଜାଣି ମଧ୍ୟ ସେମାନଙ୍କ ନାମରେ ଗ୍ୟାସ୍ ବୁକ୍ ହୋଇଯାଉଛି। ଫଳରେ ଗ୍ରାହକଙ୍କୁ ପ୍ରକୃତରେ ଯେତେବେଳେ ଗ୍ୟାସ୍ ଆବଶ୍ୟକ ହେଉଛି, ସେତେବେଳେ ସେମାନେ ଆଉ ବୁକିଂ କରିପାରୁନାହାନ୍ତି। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମିଳିବାରେ ଅସୁବିଧା ଯୋଗୁଁ ଅଞ୍ଚଳର ବହୁ ହୋଟେଲ, ମିଠା ଦୋକାନ ଓ ଜଳଖିଆ ଦୋକାନ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ବ୍ୟବସାୟୀଙ୍କ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି କରୁଛି। ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଗ୍ୟାସ୍ ଥିବା ପ୍ରଚାର କରାଯାଉଥିଲେ ହେଁ, ସ୍ଥାନୀୟ ସ୍ତରରେ ଗ୍ୟାସ୍ ସଙ୍କଟ ଦେଖାଦେବା ପଛରେ କଳାବଜାରୀ ଚାଲିଥିବା ନେଇ ସଂଘ ଆଶଙ୍କା ପ୍ରକଟ କରିଛି।ବଣିକ ସଂଘ ପକ୍ଷରୁ ସଭାପତି ସନ୍ନତ କୁମାର ସୁବୁଦ୍ଧି ଜଣାଇଛନ୍ତି ଯେ, ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରା ନଯାଏ, ତେବେ ଆଗାମୀ ଦିନରେ ବେଲଗୁଣ୍ଠାର ସମସ୍ତ ଉପଭୋକ୍ତା, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବଣିକ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାଯ୍ୟଳୟ ରେ ଡେପୁଟି କଲେକଟର ସୁଶ୍ରୀ ରଚିତା ମହାପାତ୍ରଙ୍କୁ ସ୍ମାରକ ପତ୍ର ପ୍ରଧାନ କରିଥିଲେ lଏହି ସମୟରେ ସଂଘର ଉପସଭାପତି ପ୍ରଶାନ୍ତ ସରାବ, ସମ୍ପାଦକ ସୁଦାମ ତ୍ରିପାଠୀ, କୋଷାଧ୍ୟକ୍ଷ ଗୁଣ୍ଡିଚା ବେହେରାଙ୍କ ସମେତ ସଂଘର ଅନ୍ୟାନ୍ୟ ବହୁ ସଦସ୍ୟ ଉପସ୍ଥିତ ଥିଲେ।

0
0
0
s2sdefault