ବେଲଗୁଣ୍ଠା-୨୩/୪--(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପ୍ରଶାସନ ତରଫରୁ ଏକ ଭବ୍ୟ ସରକାରୀ ସହାୟତା ପ୍ରଦାନ ସମାରୋହ ସ୍ଥାନୀୟ ନୋଡାଲ ଜି.ଟି.ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ।ଏହି ସମାରୋହରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗାପୁରମ ହରି ଅଧ୍ୟକ୍ଷତା କରିଥିଲେ।ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମମତା ଭୋଳ ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ତହସିଲଦାର କଳାକୃଷ୍ଣ ପ୍ରଧାନ,ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଏବଂ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ଉତ୍ସାହିତ କରିବା ସହ ସହାୟତା ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସରକାରଙ୍କ ତିନୋଟି ପ୍ରମୁଖ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ।ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଶ୍ରେଣୀର ମୋଟ ୬୪୬ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଛି। ଗରିବ ଓ ଗୃହଶୂନ୍ୟ ପରିବାରଙ୍କୁ ନିଜସ୍ୱ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ ୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୮୭୪ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥି ଶ୍ରୀ ବିଶୋୟୀ ନିଜ ଅଭିଭାଷଣରେ କହିଥିଲେ ଯେ, କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ପ୍ରଶାସନ ସଜାଗ ରହିଛି। ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ମଧ୍ୟ ସ୍ଥାନୀୟ ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି, ବ୍ଲକ କର୍ମଚାରୀ ଏବଂ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁ ସରପଞ୍ଚ, ସମିତି ସଭ୍ୟ ୱାର୍ଡ ମେମ୍ଵର,ପଞ୍ଚାୟତ ସ୍ତରୀୟ ବହୁ ନେତା ଉପସ୍ଥିତ ଥିଲେ ।
ରାଜ୍ୟ
ବ୍ଲକରେ ସରକାରୀ ସହାୟତା ବଣ୍ଟନ ସମାରୋହ: ୧୬୦୦ରୁ ଅଧିକ ହିତାଧିକାରୀ ଉପକୃତ
- Hits: 6








