କେନ୍ଦ୍ରାପଡା:୨୦/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ମଣିଷ ଯେଉଁଦିନ ଚାଷ ଶିଖିଲା ସେହିଦିନ ଏକ ନିର୍ଦିଷ୍ଟ ଜାଗାରେ ବାସ କଲା। ଚାଷ ବାସ ରୁ ଆରମ୍ଭ ହେଲା ମାନବ ସଭ୍ୟତା ର ଇତିହାସ । ଖାଦ୍ୟ ସଂଗ୍ରହକାରି ମଣିଷ ଖାଦ୍ୟ ଉତ୍ପାଦନକାରି ରେ ପରିଣତ ହେଲା । ଯାଯାବର ଜୀବନରୁ ମଣିଷ ଏକ ସଭ୍ୟ ସଂସ୍କୃତି ସମ୍ପନ୍ନ ଜୀବନ କୁ ପ୍ରବେଶ କଲା । ଜଳ ର ଆବଶ୍ୟକତା କୁ ଅନୁଭବ କରି ପୃଥିବୀର ସମସ୍ତ ସଭ୍ୟତା ନଦୀକୂଳରେ ହିଁ ଗଢିଉଠିଥିଲା। ସେ ଭାରତର ପ୍ରାଚୀନ ସିନ୍ଧୁ ସଭ୍ୟତା ହେଉ କି ଚୀନ ର ହୋ୍ୟାଙ୍ଗ ସଭ୍ୟତା ଅବା ମିଶର ର ନୀଳନଦୀ ସଭ୍ୟତା ହେଉ...। ସଭ୍ୟତା ର ଆରମ୍ଭକାଳରୁ ଆଜିପର୍ଯ୍ୟନ୍ତ ମାନବ ସଭ୍ୟତା ର ଅନ୍ନଦାତା ହେଉଛନ୍ତି କୃଷକ ଭାଇ ଓ ଭଉଣୀ ମାନେ l କୃଷି ଓ ପଶୁପାଳନ ସହ ମାନବ ଜାତିର ସଭ୍ୟତା ଆଗକୁ ବଢ଼ି ଆଜି ଶିଳ୍ପସଭ୍ୟତା ଯୁଗରେ ପହଞ୍ଚିଛି। କୃଷି ଓ କୃଷକର ଗୁରୁତ୍ୱ ସବୁ ଯୁଗରେ ଓ ସବୁ ସମୟରେ ରହିଛି। ଆଧୁନିକତା ପ୍ରଭାବରେ ଶିଳ୍ପ ସଭ୍ୟତା ଯୁଗରେ କୃଷି ର ଗୁରୁତ୍ୱ କମିନାହିଁ ବରଂ ବହୁ ପରିମାଣ ରେ ବଢିଛି। କୃଷି ଆଉ କୃଷକ ଙ୍କ ସଂମ୍ମାନର୍ଥେ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ, କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନସ୍ଥ ସାନ ଜରିଆ ଗ୍ରାମ ଠାରେ ପ୍ରଥମ କରି ଏକ କୃଷକ ମନ୍ଦିର ର ଭୂମିପୂଜନ ହୋଇଯାଇଛି। ଅକ୍ଷୟ ତୁତୀୟା ପରି ପବିତ୍ର ପରମ୍ପରା ପ୍ରତି ଓଡ଼ିଆ ପରିବାର ରେ ରହିଛି କିନ୍ତୁ ମାଟି ର ପୂଜକ କୁ ପୂଜା କରିବା ର ପରମ୍ପରା ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ଆରମ୍ଭ ହୋଇଛି l ସମାଜ କୁ ଦାନା ଯୋଗାଉଥିବା କୃଷକ ଙ୍କ ସ୍ମୁତି ରେ ଏକ ଭବ୍ୟ "କୃଷକ ମନ୍ଦିର" ର ଶୁଭାରମ୍ଭ ପବିତ୍ର ଅକ୍ଷୟ ତୃତୀୟା ରେ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି l ଏହି ମନ୍ଦିର କୁ ସଫଳ ରୂପାୟନ ପାଇଁ ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ, ବୋଧ ଗାଁ, ବଡ଼ଜରିଆ, ଗଙ୍ଗାରାମପୁର, ଅରଡ଼ପଲ୍ଲୀ ଓ ଅନ୍ୟ ପାଖ ପଞ୍ଚାୟତ ର ବହୁ ଚାଷୀ ଉପସ୍ଥିତ ରହି ଶ୍ରୀଫଳ ଭୋଗ କରିଥିଲେ l ଟ୍ରଷ୍ଟ ର ପୂଜକ ପବିତ୍ର ମୋହନ ଷଢଙ୍ଗୀ ଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପାଦନ ହୋଇଥିଲା l ଏହି ସୁଦୀର୍ଘ "କୃଷକ ମନ୍ଦିର" ର ପରିକଳ୍ପନା ଓଡିଶା ରେ ପ୍ରଥମ ବୋଲି ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ ସୂଚନା ଦେଇଛନ୍ତି l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ଶିକ୍ଷାବିତ ବିଜୟ ଜେନା, ସ୍ତମ୍ଭକାର ଖିରୋଦ କର, କୃଷକ ମନ୍ଦିର ର ପରିଚାଳନା ଅଧିକାରୀ ସୁରେନ୍ଦ୍ର ପରିଡା, ଶାନ୍ତନୁ ମଲ୍ଲିକ, ଅଜୟ ସେଠୀ, ସଂଗ୍ରାମ ଦାସ, ମଳୟ ବାରିକ, ସୁନାକର ବେହେରା, ହରେକୃଷ୍ଣ ବାରିକ, ଯୁଧିଷ୍ଠିର ବାରିକ, ଦାଶରଥି ଦାସ, ଅଶୋକ ବେହେରା, କାଳନ୍ଦୀ ମଲ୍ଲିକ, ପ୍ରତାପ ନାୟକ ଓ ତପନ କୁମାର ନାଥ ପ୍ରମୁଖ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l
ରାଜ୍ୟ
ଅନ୍ନଦାତାଙ୍କ ଗୌରବ ପାଇଁ ସାନଜରିଆରେ କୃଷକ ମନ୍ଦିର ।
- Hits: 21








