​ ମହାନ୍ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ୨୦୨୬-୨୭ ଭଞ୍ଜନଗର ରେ ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗରରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ, ଜିଲ୍ଲା ସ୍ତରୀୟ କୃଷକ ଦିବସ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର , ବେଣାକୁନ୍ଦ। ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ୨୦ ତାରିଖ ସୋମବାର ଏଥିରେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ସର୍ବପ୍ରଥମେ ମାଟିମାଙ୍କୁ ପୂଜାର୍ଚ୍ଚନା ସହ ହଳକରି 'ଅଖିମୁଠି ଅନୁକୂଳ' ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି କୃଷକମାନଙ୍କ ଚାଷ କାର୍ଯ୍ୟକୁ ଉତ୍ତମରୂପେ ଆଗକୁ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ଅବସର ରେ 'ସିଏମ୍ କିଷାନ ସହାୟତା' ଯୋଜନା ଅନ୍ତର୍ଗତ ଖରିଫ-୨୦୨୬ ନିମନ୍ତେ ସହାୟତା ରାଶି ଡି.ବି.ଟି ମଧ୍ୟମ ରେ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର ୨୪୧୫୩୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୮ କୋଟି ୩୦ ଲକ୍ଷ ୬୨ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। ଜିଲ୍ଲାର ୨୨ ଟି ବ୍ଲକ୍ ର କୃଷକମାନେ ଏଥିରେ ସାମିଲ ଅଛନ୍ତି। ଏଥିମଧ୍ୟରୁ ୨୩୫୯୩୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୫୫୯୯ ଜଣ ଭୂମିହୀନ କୃଷି ପରିବାର ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଡି.ବି.ଟି ମାଧ୍ୟମରେ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ, ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା , ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଳମାଧବ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ସ୍ଥାନୀୟ ବିଡ଼ିଓ ଭାରତି ଦେବି,ତହସିଲଦାର ଅଭିପ୍ସା ପଟ୍ଟନାୟକ , ଡିହପଢାଳ ସରପଞ୍ଚ ଶ୍ରୀମତୀ ରୋଜି ବରାଡ, ସରପଞ୍ଚ ପ୍ରତିନିଧି ସୁବାସ ଚନ୍ଦ୍ର ବରାଡ, ସମିତି ସଭ୍ୟା କୁନି ବିଷୋୟୀ, ସମିତି ସଭ୍ୟ ପ୍ରତିନିଧି ରାଧାଶ୍ୟାମ ଜେନା, ବଡକୋଦଣ୍ଡ ସରପଞ୍ଚ ଶ୍ରୀମତୀ ରେଶ୍ମା କୁମାରୀ ନାୟକ, ଡିହପଢାଳ ର ବିଶିଷ୍ଟ ସମାଜସେବୀ ପବିତ୍ର ସ୍ଵାଇଁ, ନଗର ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି ଙ୍କ
ସହିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥିମାନେ କୃଷକମାନଙ୍କୁ ପ୍ରଶଂସା ସହ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିନିଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଥିଲେ, “ଓଡ଼ିଶାର କୃଷକମାନେ ରାଜ୍ୟର ଅର୍ଥନୀତିର ମୁଖ୍ୟ ସ୍ତମ୍ଭ , ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ।” ଏହି ଅନୁଷ୍ଠାନ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବଢ଼ାଇଛି। ଜମିରେ ସାର ପ୍ରୟୋଗ କରିବା ଉଦ୍ଦେଶ୍ୟ ରେ ଏକ ସଚେତନ ରଥ ର ଶୁଭାରମ୍ଭ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଙ୍କ ଦ୍ଵାରା ହୋଇଥିଲା, ଏହା ବିଭିନ୍ନ ଗ୍ରାମାଞ୍ଚଳ ଭ୍ରମଣ କରି ଜମିରେ ସାର ପ୍ରୟୋଗ ଓ କୃଷକ ପଞ୍ଜି କରଣ ସଚେତନ କରିବ ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ଅଜୟ କୁମାର କର ଓ ସହାୟକ କୃଷି ଅଧିକାରୀ ଦିବ୍ୟା ହେନ୍ତା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା କୃଷି ଅଧିକାରୀ ବ୍ୟମୋକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗର ବ୍ଲକ କୃଷି ଅଧିକାରୀ ଶ୍ରୀ ସଂଗ୍ରାମ କୁମାର ସେନାପତି ଏବଂ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ମଧ୍ୟ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଉପସ୍ଥିତ ଥିଲେ।

0
0
0
s2sdefault