ହେଡଲାଇନସ୍:

ସିବିଏସଇ ବୋର୍ଡ ପରୀକ୍ଷାରେ ପ୍ରତୀତଙ୍କ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, ୧୯।୪(ଶ୍ରୀକାନ୍ତ କୁମାର ମିଶ୍ର): ସିବିଏସଇ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ଗାଁର ଗୌରବ ବଢ଼ାଇଛନ୍ତି ପ୍ରତୀତ କୁମାର ପଣ୍ଡା। ସେ ସର୍ବାଧିକ ୯୮.୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ପ୍ରତୀତ ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ପିଏମ୍ ଶ୍ରୀ କେଭି ନଂ–୫ ବିଦ୍ୟାଳୟର ଛାତ୍ର ଥିଲେ।
ସେ ଦଣ୍ଡୋର ଗ୍ରାମର ତୋଟା ସାହି ନିବାସୀ ପ୍ରତାପ କୁମାର ପଣ୍ଡା ଓ ସରିତା ପଣ୍ଡାଙ୍କ ପୁଅ। ନିଜ ସଫଳତାର ଶ୍ରେୟ ସେ କଠୋର ପରିଶ୍ରମ ଓ ନିୟମିତ ଅଧ୍ୟୟନକୁ ଦେଇଛନ୍ତି। ପ୍ରତୀତଙ୍କ ଏହି ସଫଳତାରେ ଦଣ୍ଡୋର ଗାଁରେ ଖୁସିର ମହଲ ସୃଷ୍ଟି ହୋଇଛି। ଗାଁର ବୁଦ୍ଧିଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି ଯେ, ପ୍ରତୀତ ଆଗାମୀ ଦିନରେ ଆଇଏଏସ୍ କିମ୍ବା ଆଇପିଏସ୍ ହୋଇ ଗାଁ ଓ ରାଜ୍ୟର ନାଁ ଉଜ୍ଜ୍ୱଳ କରିବା ସହିତ ନିଜ ବାପା-ମାଆଙ୍କର ଗୌରବ ବଢାଇପାରିଛନ୍ତି।

0
0
0
s2sdefault