ହେଡଲାଇନସ୍:

ଓଡ଼ିଶା ଅବସର ପ୍ରାପ୍ତ ସରକାରୀ ସଂଘ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଜପତି ଶାଖା ଆନୁକୂଲ୍ୟରେ ଆୟୋଜିତ ଜରୁରୀ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ସଭାପତି ଅଶ୍ୱିନୀ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଅନୁଷ୍ଠାନର ଉପ- ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟସୂଚୀର ପ୍ରାକ୍ ସୂଚ଼ନା ଦେବାପରେ ଦିବଙ୍ଗତ ବରିଷ୍ଠ ନାଗରିକ ଅରକ୍ଷିତ ଜେନା , ରଘୁନାଥ ପାଢ଼ୀ , ନରସିଂହ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଚଳିତ ମାସ ୨୧ ତାରିଖ ଦିନ ୭ଟି ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତୀଙ୍କୁ ୯ ଦଫା ଦାବି ସଂପର୍କରେ ସ୍ମାରକପତ୍ର ପ୍ରଦାନ କରାଯିବ। ମେ ୧୩/୧୪ ତାରିଖରେ ଭୁବନେଶ୍ୱର ଚାଲ ଅଭିଯାନ ମଧ୍ୟ ହେବ। ବରିଷ୍ଠ ନାଗରିକ ଯୋଗେନ୍ଦ୍ର ପଣ୍ଡାଙ୍କ ମତାନୁଯାଇ ବାଇପାସ୍ ଅଧପନ୍ତରିଆ କାମ ଏବଂ ପାରଳାର ମୁଖ୍ୟ ବଜାର ଓ ପାଶ୍ଵିରାସ୍ତାରେ ବାରମ୍ବାର ପରିବା , ଫୁଲ , ନଡ଼ିଆ ପ୍ରଭୃତି ବେପାରୀଙ୍କ ଜବର ଦଖଲ , ଯାନବାହନର ଭିଡ଼ସହ ଗୋରୁଗାଇ , ଷଣ୍ଢ , କୁକୁରଙ୍କ ପ୍ରାଦୁର୍ଭାବ ବରିଷ୍ଠ ନାଗରିକମାନଙ୍କୁ ଅଜସ୍ର ସମସ୍ୟାରେ ସମ୍ମୁଖିନ ହେଉଛନ୍ତି , ତୁରନ୍ତ ସମାଧାନ ଦାବି କରାଯାଇଥିଲା।
ସମ୍ପାଦକ ସୁରେଶ ବେହେରା , ଉପଦେଷ୍ଟା ଆଚ଼ାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ବରିଷ୍ଠ ନାଗରିକ ମାନେ ନିଜ ନିଜର ପରିଚ଼ୟ ପତ୍ର ପାଇଁ ଆବେଦନ କରିବାପାଇଁ ଅନୁରୋଧ କରାଯାଇଥିଲା । ଶ୍ରୀନିବାସ ପଟ୍ଟନାୟକ , ଉପେନ୍ଦ୍ର ବିଶ୍ୱାଳ , ଯୋଗେନ୍ଦ୍ର ପଣ୍ଡା ପ୍ରଭୃତି ପରିଚାଳନା କରିଥିଲେ।

0
0
0
s2sdefault