ହେଡଲାଇନସ୍:

ନୀଳଗିରି ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: କାରଣ ଅସ୍ପଷ୍ଟ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୀଳଗିରି -୧୨/୪: ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଭାବରେ ନୀଳଗିରି ଜେଲରେ ଥିବା ଜୈନିକ ଯୁବକଙ୍କ ହଠାତ୍ ଆଜି ମୃତ୍ୟୁ ହୋଇଥିବାନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ପାଇକପଡା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ସ୍ୱର୍ଗତ ଅନାମ ନାଏକ ଓରଫ ପେଟୁଙ୍କ ପୁଅ ଶ୍ରୀକାନ୍ତ ନାଏକ (୪୦) ଗତ ୨୦୨୧ମସିହା ଜୁନ୧୯ ତାରିଖରେ ଏକ ହତ୍ୟା ମାମଲାରେ ଗିରଫହୋଇଥିଲେ। ଏନେଇ ଔପଦା ଥାନାରେ ୪୩/୨୧ରେ ମାମଲା ରୁଜୁହୋଇ ବାଲେଶ୍ୱର ଜେଲରେ ବିଚରାଧୀନ ବନ୍ଦୀ ଭାବରେ ରହିଥିଲେ। ତେବେ ଏହି ଘଟଣାରେ ଶ୍ରୀକାନ୍ତଙ୍କୁ ଭାରତୀୟ ପିଙ୍ଗଳକୋଡ଼ ୩୦୨ଦଫାରେ ବିଚାରଧୀନ କଏଦୀ ଭାବରେ ମାମଲା ଚାଲୁଥିବା ବେଳେ ଗତ ୮/୧୦/୨୫ରେ ନୀଳଗିରି ଜେଲକୁ ସ୍ଥାନାନ୍ତର ହୋଇ ଆସିଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ୨.୫୦ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଏବଂ ଦେହହାତ ଥରିବାରୁ ଜେଲ କତୃପକ୍ଷ ନୀଳଗିରି ମେଡିକାଲକୁ ଆଣିଥିବା ଜେଲର ସୂପକ କୁମାର ନାୟକ ସୂଚନା ଦେଇଛନ୍ତି।ମାତ୍ର ହସ୍ପିଟାଲ ପହଞ୍ଚିବାପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ସୂଚନା ଦେଇଛନ୍ତି।ମୃତକ ଶ୍ରୀକାନ୍ତଙ୍କ ପରିବାରର ମାଆ, ପତ୍ନୀ ଓ ଝିଅ ନୀଳଗିରିରେ ପହଞ୍ଚି ମୃତ୍ୟୁକୁ ସହଜରେ ଗ୍ରହଣକରିନଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବିକରିଛନ୍ତି। ଆସନ୍ତାକାଲି ମୃତକଙ୍କ ଶବବ୍ୟବଚ୍ଛେଦ ହେବବୋଲି ପୋଲିସ ସୂଚନା ଦେଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଷ୍ଟମଟମ୍ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ। ମାତ୍ର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଥିବା ବେଳେ ଜେଲକର୍ତ୍ତୁପକ୍ଷ ସଠିକ ସମୟରେ କୟଦୀ ମାନଙ୍କର ସ୍ବାସ୍ଥ୍ୟପରୀକ୍ଷା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦନା କଲେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

0
0
0
s2sdefault