ହେଡଲାଇନସ୍:

ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତ୍ତଳିକା ଦାହ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସାମ ନିର୍ବାଚନ ଫଳ ବାହାରିବା ପରେ ଜେଲରେ ଘଣା ପେଲିବେ ହିମନ୍ତ କହିଲେ କଂଗ୍ରେସ ନେତା।


କେନ୍ଦୁଝର : ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ତଥା ରାଜ୍ୟସଭା ବିରୋଧୀଦଳ ନେତା ମାଲିକାର୍ଜୁନ ଖଡ଼ଗେଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଶାଳୀନ ମନ୍ତବ୍ୟ ଦେଇଥିବାରୁ ସାରା ଦେଶରେ କଂଗ୍ରେସ ପକ୍ଷରୁ ହିମନ୍ତ ବିଶ୍ୱ ଶର୍ମାଙ୍କ ବିକ୍ଷୋଭ କରିବା ସହିତ କୁଶ ପୁତ୍ତଳିକା ଦାହ କରାଯାଉଛି। ଆଜି କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁଢଳ କୁମାର ସେଠି, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା,ଜିଲ୍ଲା ସମ୍ପାଦକ ଜୁଲଫିକର ଅଲି ଭୁଟୋ, ପୂର୍ଣ୍ଣଚନ୍ଦ୍ର ଦାସ,ଜିଲ୍ଲା ଦଳିତ କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ଜେନା, ଯୁବ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ଦାସ, ଅର୍ଜୁନ ଜେନା, ସୁଧୀର ମହାକୁଡ଼, ଅଭିନାଶ କୁମାର ଓ ଅମିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault