ହେଡଲାଇନସ୍:

ଓଡ଼ଗାଁ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬: ରଘୁନାଥ ଆଥଲେଟିକ୍ ଆସୋସିଏସନ ଫାଇନାଲରେ ପ୍ରବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ୍ ଆସୋସିଏସନ (ଆରଏଏ) ପକ୍ଷରୁ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ରବିବାର ଖେଳାଯାଇଥିବା ମ୍ୟାଚରେ ଓଡ଼ଗାଁ (ଆରଏଏ) ଦଳ ବାଙ୍କତରାକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଟସ୍ ଜିତି ଓଡ଼ଗାଁ (ଆରଏଏ) ପ୍ରଥମେ ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା। ବାଙ୍କତରା ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮ଟି ୱିକେଟ ହରାଇ ୯୨ ରନ୍ ସଂଗ୍ରହ କରିଥିଲା। ଦଳର ପକ୍ଷରୁ ଶେଖର ୨୦ ବଲରେ ୩୮ ରନ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପ୍ରତିଉତ୍ତରରେ ଓଡ଼ଗାଁ (ଆରଏଏ) ଦଳ ୧୦ ଓଭରରେ ୮ ୱିକେଟ ହରାଇ ୯୫ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଦଳର ଶୁଭ ୧୮ ବଲରେ ୩୫ ରନ୍ କରି ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ। ଏହି ମ୍ୟାଚରେ ଓଡ଼ଗାଁ ଦଳର ଆରିୟାନ ଅସାଧାରଣ ବୋଲିଙ୍ଗ ପ୍ରଦର୍ଶନ କରି ଗୋଟିଏ ଓଭରରେ ଲଗାତାର ୩ଟି ୱିକେଟ ନେଇ ହ୍ୟାଟ୍ରିକ ସହ ମୋଟ ୫ଟି ୱିକେଟ ହାସଲ କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା। ଖେଳକୁ ଉତ୍ସାହିତ କରିବା ପାଇଁ ରଘୁନାଥ ଆଥଲେଟିକ୍ ଆସୋସିଏସନର ଭେଟରାନ ଖେଳାଳି ବାଦଲ ମହାପାତ୍ର ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚକୁ ରାଜଶେଖର, ରାମେଶ୍ୱର ସାହୁ, ତୁଷାର, ତୋଫାନ, ବିକାଶ, ଲିଟି, ସାଇ, ସୌମ୍ୟ ରଞ୍ଜନ, ସୁନୀଲ, କିଷନ ଓ ଚନ୍ଦନ ପରିଚାଳନା କରିଥିଲେ। ଆସନ୍ତାକାଲି ସୋମବାର ଅପରାହ୍ନରେ ଗୁଣ୍ଠାସାହି ଓ ମଶାବାରୀ ମଧ୍ୟରେ ଆଉ ଏକ ଘମାଘୋଟ ମ୍ୟାଚ୍ ଅନୁଷ୍ଠିତ ହେବ।

0
0
0
s2sdefault