ହେଡଲାଇନସ୍:

ଶାଗୁଆନ କାଠ ଚୋରାଚାଲାଣ ୨ଅଭିଯୁକ୍ତ ଗିରଫ: ପିକ୍ଅପ୍ ଭ୍ୟାନ୍ ଜବତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ପଦ୍ମପୁର ବନାଞ୍ଚଳ ଅଧିକାରୀ ଭାବେ ରମେଶ ଚନ୍ଦ୍ର ସାହୁ ଯୋଗଦେବା ପରେ ଚୋରା କାଠ ଧରପଗଡ ପ୍ରବଳ ମାତ୍ରାରେ ଚାଲିଥିବା ବେଳେ ଆଜି ଶାଗୁଆନ କାଠ ଚୋରାଚାଲାଣ ହେଉଥିବା ବେଳେ ଦୁଇ ଅଭିଯୁକ୍ତ କୁ ଗିରଫ କରିବା ସହ ବ୍ୟବହୃତ ପିକ୍ଅପ୍ ଭ୍ୟାନ୍ କୁ ଜବତ୍ କରିଛି ପଦ୍ମପୁର ବନ ଵିଭାଗ। ଜଗଦଳପୁର ଥାନା ଅଧିନସ୍ଥ ଲୁହୁରାକୋଟ ଅଞ୍ଚଳରୁ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ ଗଣ୍ଡି ଚୋରାଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତ ଭେଉଁରିଆ ଗ୍ରାମର ପ୍ରେମରାଜ ସାହୁ ଓ ସରେଇକେଲା ର ମନୋଜ ପଟେଲ ଙ୍କୁ ଗିରଫ କରିବା ସହ ବ୍ୟବହୃତ ପିକ୍ ଅପ୍ ଭ୍ୟାନ୍ ନଂ ଓଆର ୧୭କେ ୬୧୭୬ କୁ ଜବତ କରି ଥିଲେ। ଜବତ୍ କାଠର ଆନୁମାନିକ ମୂଲ୍ୟ ୩୦୦୦୦ ଟଙ୍କା ହେବ ବୋଲି ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ସାହୁ ସୂଚନା ଦେଇଛନ୍ତି। ଏହି ଚଢାଉରେ ବନପାଳ ରାଧାକାନ୍ତ କୁମ୍ଭାର ବନରକ୍ଷୀ ରଞ୍ଜନ ବରିହା ଙ୍କ ସମେତ ସ୍କ୍ୱାର୍ଡ ମନ ଠେଟୁଆ ଓ ରାଜା ଡନସନା ସାମିଲ ଥିଲେ।

0
0
0
s2sdefault