ହେଡଲାଇନସ୍:

ବେଲଗୁଣ୍ଠାରେ ମାନସିକ ଦଣ୍ଡଯାତ୍ରା ; ଢୋଲ,ମହୁରୀର ଶବ୍ଦରେ ଦୁଲୁକିଲା ସହର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,୧୨/୦୪-(ଶିବରାମ ଚୌଧୁରୀ )-, ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ବେଲଗୁଣ୍ଠା ପଣ୍ଡା ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ ମାନସିକଧାରୀ ପପୁ ସାହୁଙ୍କ ଘରୁ ଶତାଧିକ ବ୍ୟକ୍ତି ପୂଜା ଅର୍ଘ୍ୟ ନେଇ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ମାଆଙ୍କୁ ବରଣ କରି ସଂକୀର୍ତ୍ତନ ମଣ୍ଡଳୀ ଏବଂ ପାରମ୍ପରିକ ବାଦ୍ୟ ବାଜଣାରେ ପପୁ ସାହୁଙ୍କ ବାସ ଭବନ ସମ୍ମୁଖକୁ ପାଛୋଟି ଆଣିଥିଲେ I ସେଠାରେ ଠାକୁରଙ୍କର ବନ୍ଦନା କରାଯିବା ପରେ ଦଣ୍ଡୁଆମାନେ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ବିଶ୍ରାମ ନେବା ସହିତ ସେଠାରେ ଠାକୁରଙ୍କର ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା I ମଧ୍ୟାହ୍ନ ବାର ଘଣ୍ଟା ସମୟରେ ମାନସିକଧାରୀ ପପୁ ସାହୁଙ୍କ ବାସଭବନ ସମ୍ମୁଖରେ ଧୂଳି ଦଣ୍ଡ ଅନୁଷ୍ଠିତ ହେବାପରେ ସ୍ଥାନୀୟ ପୋଖରୀରେ ଅପରାହ୍ଣ ତିନି ଘଣ୍ଟା ସମୟରେ ପାଣି ଦଣ୍ଡ ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟା ଛଅ ଘଣ୍ଟା ସମୟରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା I ଠାକୁର ପୋଖରୀ ତୁଠରୁ ପ୍ରଥମେ ମାନସିକଧାରୀଙ୍କ ଘର ସମ୍ମୁଖକୁ ଆସିବା ପରେ ସେଠାରେ ଠାକୁରଙ୍କର ବନ୍ଦନା କରାଯାଇଥିଲା I ଏହାପରେ ଚଷା ସାହି ଦେଇ ଭଗତପାଟଣା ସ୍ଥିତ ପାଟଦଣ୍ଡୁଆ ଉଜ୍ଜ୍ୱଳ ଦଳେଇ, ପେଣ୍ଠ ସାହି ବାସିନ୍ଦା ସତ୍ୟ ନାରାୟଣ ପୃଷ୍ଟି, ସନ୍ତୋଷ କୁମାର ସୁବୁଦ୍ଧିଙ୍କ ଘର ନିକଟରେ ଠାକୁରଙ୍କର ବନ୍ଦନା କରାଯିବା ସହିତ ସମସ୍ତ ଦଣ୍ଡୁଆ ଏବଂ କମିଟି ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା I ନଗର ପରିକ୍ରମା ସମୟରେ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I ନଗର ପରିକ୍ରମା ପରେ ମଠ ନିକଟରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟା ଆଳତି ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ହରିବୋଲ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା I ବିଳମ୍ବିତ ରାତିରେ ମାଆଙ୍କ ଚଳିତ ବର୍ଷର ଶେଷ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଥିବାରୁ ଏହି କାର୍ଯ୍ୟକ୍ରମରୁ ତିନି ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବାର ସମ୍ଭାବନା ରହ ଥିବା ଦଣ୍ଡକମିତି ସଭାପତି ଏସ ଭାସ୍କର ପାତ୍ର ପ୍ରକାଶ କରିଛନ୍ତି I ପ୍ରସାଦ ସେବନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ଭାରତଲୀଳା ଅନୁଷ୍ଠିତ ହେବ I

0
0
0
s2sdefault