ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ଠାରେ ମା ଆଙ୍କୁଡେଶ୍ୱରି ଙ୍କ ପୀଠ। ପ୍ରତି ବର୍ଷ ବିଷୁବ ସଂକ୍ରାନ୍ତି ଦିନ ମା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମ ହୋଇଥାଏ। ଏହି ଅବସର ରେ ଡି ମ୍ୟୁଜିକ୍ ରେ ମୁକ୍ତି ଲାଭ କରିଛି ସାତ ଭଉଣୀ ରେ ତୁ ଗୋଟିଏ ରାଣୀ, ମା ଆଙ୍କୁଡ଼ାଶୁଣି, ଗୀତ ଟିକୁ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ମନ୍ଦିର ଟ୍ରଷ୍ଟି ଶ୍ରୀଯୁକ୍ତ କମଳାକାନ୍ତ ନାୟକ ଶୁଭ ଉଦ୍ ଘାଟନ କରିଥିଲେ। ପ୍ରଯୋଜକ ଦମୟନ୍ତୀ ଦାସ ଙ୍କ ଏହି ଗୀତ ଟି ଶୀତଲ କବି କଣ୍ଠ ଦାନ କରିଛନ୍ତି। ମ୍ୟୁଜିକ ଲିଟିଲ୍ ମାନସ,ଲିରକ୍ସ ଜିତେନ୍ଦ୍ର ଜେନା ଓ ସମ୍ପୂର୍ଣ୍ଣ ସହଯୋଗ ତପନ ଦାସ କରିଛନ୍ତି।ଭକ୍ତ ମାନଙ୍କ ଆଦୃତ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ କହିଛନ୍ତି।
ରାଜ୍ୟ
ମୁକ୍ତି ଲାଭ କଲା ଡି ମ୍ୟୁଜିକ ଓଡିଆ ର ଗୀତ ସାତ ଭଉଣୀରେ ତୁ ଗୋଟିଏ ରାଣୀ।
- Hits: 12








