ବାଣପୁର :(ସେକ୍ କୌସର):"ସ୍ଥାୟୀ ସ୍ବାସ୍ଥ୍ୟ ପାଇଁ ହୋମିଓ ପାଥିକ୍ " ଏହି ଉକ୍ତି କୁ ଚରିତାର୍ଥ କରିବା ଉଦ୍ଧ୍ୟେଶରେ ହୋମିଓ ପାଥିକ୍ ର ଜନକ ମହାତ୍ମା ଡ଼ ସେମୁଏଲ୍ ହେନିମନ ଙ୍କର ପବିତ୍ର ଜନ୍ମ ଜୟନ୍ତୀ ରେ ପାଳନ କରାଯାଏ ବିଶ୍ଵ ହୋମିଓ ପାଥିକ୍ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଭେଟେଶ୍ୱର୍ ସରକାରି ହୋମିଓ ପାଥିକ୍ ଚିକିତ୍ସାଳୟ ରେ ବିଗତ ଦିନରେ ପାଳନ କରାଯାଇଛି ଡ଼ ସେମୁଏଲ୍ ହେନିମନଙ୍କର ୨୭୧ତମ ପବିତ୍ର ଜନ୍ମ ଜୟନ୍ତୀ ର ପ୍ରତୀକ ସ୍ଵରୂପ "ବିଶ୍ଵ ହୋମିଓ ପାଥିକ୍ ଦିବସ"। ଏ ଅବସରରେ ଏକ ନିରାଡ଼ମ୍ବର ଉତ୍ସବରେ ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇ, ଚିକିତ୍ସାଳୟ ର ଡାକ୍ତର ଡ଼ ସ୍ନିଗ୍ଧା ରାଣୀ ନାୟକ ଏହାର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ କହିଥିଲେ ଯେ ପ୍ରକୃତି ଏବଂ ବିଜ୍ଞାନର ସଂଗମ ହେଉଛି ବିଶ୍ଵ ହୋମିଓ ପାଥିକ୍ ଦିବସ। ଏହି ଦିବସ ଆମକୁ ମନେ ପକାଏ ଯେ ସ୍ବାସ୍ଥ୍ୟ କୌଣସି ବିଶେଷ ଅଧିକାର ନୁହେଁ, ବରଂ ଏହା ପ୍ରତ୍ୟେକ ବ୍ୟକ୍ତିର ଅଧିକାର। ଏବଂ ହୋମିଓ ପାଥିକ୍ ଚିକିତ୍ସା ଦ୍ଵାରା ସୁସ୍ଥ ଜୀବନର ଉନ୍ନତି ଦିଗରେ ଗୋଟାଏ ଗୋଟାଏ ପାଦ ଆଗକୁ ବଢ଼ିବାରେ ସହଯୋଗ କରିଥାଏ। ଉକ୍ତ କାର୍ଯ୍ୟକ୍ରମରେ ଚିକିତ୍ସାଳୟ ର ଡାକ୍ତର ଙ୍କ ସମେତ ସମସ୍ତ କର୍ମଚାରୀ ଓ ଆଶାକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥଲେ।
ରାଜ୍ୟ
ବିଶ୍ଵ ହୋମିଓପାଥି ଦିବସ ପାଳନ।
- Hits: 28








