ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗି ରି ସଦର ମହକୁମା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯାଳୟରେ ନବ ନିଯୁକ୍ତି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି, ଏହି ଅବସରରେ ନବ ନିଯୁକ୍ତ ଯୋଜନା ବୋର୍ଡ଼ ଅଧକ୍ଷ ତଥା ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ସାବିତ୍ରୀ ପୋଡ଼ିଆମୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୫୦୦ରୁ ଉର୍ଦ୍ଧ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ପଦାଧିକାରୀ ଙ୍କୁ ଫୁଲମାଳ ଓ ଉତ୍ତରୀୟ ଏବଂ ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି
କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ରମେଶ ସାହୁ, ପୂର୍ବତନ ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ୍, ମାଣିକ ଲାଲ୍ ଚକ୍ରବର୍ତ୍ତୀ, ଭବାନୀ ଶଙ୍କର ମୁଖାର୍ଜୀ, ସଞ୍ଜୟ ସରକାର, ସମୀର ମିସ୍ତ୍ରୀ, ନିହାର ରାୟ,ନିରଞ୍ଜନ ହଳଦାର, ଏବଂ ନାରାୟଣ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ନବ ନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀଣ ଉନ୍ନୟନ ପାଇଁ ସେମାନେ ନିଷ୍ଠାର ସହିତ କାର୍ଯ୍ୟ କରିବେ। ଏହି ନିଯୁକ୍ତି ଜିଲ୍ଲାର ପଛୁଆ ଅଞ୍ଚଳର ଉନ୍ନୟନକୁ ନୂତନ ଗତି ଦେବ ବୋଲି ଉପସ୍ଥିତ ଅତିଥି ମାନେ ଆଶା ପ୍ରକାଶ କରିଥିଲେ। ଦଳୀୟ କର୍ମୀମାନେ ନେତାମାନଙ୍କ ନେତୃତ୍ୱରେ ଜିଲ୍ଲାର ବିକାଶ ପାଇଁ ଏକଜୁଟ ହେବା ନିମନ୍ତେ ଶପଥ ଗ୍ରହଣ କରିଥିଲେ,
ରାଜ୍ୟ
ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ନବ ନିଯୁକ୍ତି ଅଧକ୍ଷ ଓ ଉପାଧ୍ୟାକ୍ଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ,
- Hits: 53








