ହେଡଲାଇନସ୍:

ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଷଷ୍ଠ ଦିନରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି (ସୋମବାର) ଜିଲ୍ଲାର ବିଭିନ୍ନ ଦେବାଳୟ ,ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଐତିହ୍ୟ ସ୍ଥଳୀ , ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଯଥା :- ମହେନ୍ଦ୍ରଗିରି ଶୈବ ପୀଠ , ଗୁଦୁଗୁଦା , ଖସଡ଼ା , ଗଣ୍ଡାହାତୀ , ମାଙ୍କଡ଼ଆଁ , ଦେବଗିରି ଓ ବି.ଏନ.ରାଜପ୍ରାସାଦ ଭଳି ସମସ୍ତ ବ୍ଲକ ଓ ପଞ୍ଚାୟତ ଗୁଡିକରେ ଥିବା ସମସ୍ତ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ବି.ଏନ.ରାଜପ୍ରାସାଦ ଠାରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି।
ଓଡ଼ିଶା ଭାଷା , ସାହିତ୍ୟ , ସଂସ୍କୃତି ଓ ଐତିହ୍ୟ ସମୃଦ୍ଧ ଓ ରାଜ୍ୟ ସରକାରଙ୍କ ଆହ୍ଵାନ କ୍ରମେ ଚଳିତ ବର୍ଷ ଅପ୍ରେଲ ୧ ତାରିଖ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଛି। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାରେ ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ସଫା କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଓଡ଼ିଶାର ଐତିହ୍ୟ ଏଵଂ ସଂସ୍କୃତିର ପ୍ରତି ଗର୍ବ ସୃଷ୍ଟି କରିବା , ଜିଲ୍ଲା ଓ ରାଜ୍ୟର ସାଂସ୍କୃତିକ ଓ ବିବିଧତାକୁ ପାଳନ କରିବା , ଜିଲ୍ଲାର ସମସ୍ତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ରଖିଲେ ବହୁ ପର୍ଯ୍ୟଟକ ଏଠାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିପାରିବେ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ , ପାରଳାଖେମୁଣ୍ଡି , ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ , ନିର୍ବାହୀ ଅଧିକାରୀ ପୌରପରିଷଦ , ପାରଳାଖେମୁଣ୍ଡି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଗଜପତି , ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଜପତି ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯକ୍ରମ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।

0
0
0
s2sdefault