ନୀଳଗିରି- ୬/୪: ନୀଳଗିରି ବିଜ୍ଞାପିତ ଅଞ୍ଚଳପରିଷଦ ପକ୍ଷରୁ ଓଡ଼ିଆପକ୍ଷ ପାଳନ ଅବସରରେ ବିଭିନ୍ନ ୱାର୍ଡରେ ସ୍ୱଚ୍ଛ ଓଡ଼ିଶାଦିବସ ପାଳିତ ହୋଇଯାଇଛି।ନୀଳଗିରି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆଜି ସକାଳେ ନୀଳଗିରି ଜଗନ୍ନାଥମନ୍ଦିର ପ୍ରାଙ୍ଗଣ ଓ ସମ୍ମୁଖ ଗରୁଡ଼ ଖମ୍ବ ଚତୁଃପାର୍ଶ୍ଵରେ ସଫେଇ କାର୍ଯ୍ୟ କରାଯାଇଥିଲା। ବାଲିଗୋହିରୀ ଶନିମନ୍ଦିର, ବସଷ୍ଟାଣ୍ଡ ସହିତ ଏନ୍ଏସିର ୧୩ଗୋଟି ୱାର୍ଡର ସମସ୍ତ ଦେବାଳୟସ୍ଥାନରେ ସ୍ବଚ୍ଛତାକାର୍ଯ୍ୟକ୍ରମ କରାଯାଇ ଓଡ଼ିଶା ଦିବସ ପାଳିତ କରାଯାଇଥିବା ଦେଖା ଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସନ୍ତୋଷ କୁମାର ଖଟୁଆ, ଏନ୍ଏସି ଭାରପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ,ଆଇଆଇସି ଗୋବର୍ଦ୍ଧନ ନାୟକ,ତହସିଲଦାର ଶ୍ରୀମତୀ ସୋନମ ଦାସ,ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା , ଫିଆଟଲକ୍ସ କ୍ଲବର ବହୁସଦସ୍ୟ, ବରିଷ୍ଠ ନାଗରିକ , ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା , ବିଜ୍ଞାପିତ ଅଞ୍ଚଳପରିଷଦର ଅଧିକାଂଶ କର୍ମଚାରୀ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ଭାଗନେଇଥିବା ଦେଖାଯାଇଛି।
ରାଜ୍ୟ
ଓଡ଼ିଆପକ୍ଷ ପାଳନ ଅବସରରେରେ ଏନ୍ଏସି ର ବିଭିନ୍ନ ୱାର୍ଡରେ ସ୍ୱଚ୍ଛ ଓଡ଼ିଶାଦିବସ ପାଳିତ।
- Hits: 9








