ହେଡଲାଇନସ୍:

ଅବୈଧ ଇଟା ଭାଟି ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର: ପ୍ରଶାସନ ଦ୍ୱାରା ଧାରା ୧୬୩ BNSS ଉଲ୍ଲଂଘନ କରିଥିବା ଦୁଇଟି ଚିମ୍ନି ଇଟା ଭାଟି—ବେଗୁନିଆ ଛକ, ହରିପୁର (ରେମୁଣା ତହସିଲ) ର Gold Bricks ଏବଂ ନଗ୍ରମ୍ RI ସର୍କଲ, ମୌଜା କାଳୀପୁର (ସଦର ତହସିଲ) ର Steel Bricks—କୁ ଭଙ୍ଗାଯାଇଛି।
ନିଷେଧ ସତ୍ତ୍ୱେ ଇଟା ପୋଡ଼ା କାର୍ଯ୍ୟ ଚାଲୁ ରଖି ଭାରୀ ପରିବେଶ ପ୍ରଦୂଷଣ ସୃଷ୍ଟି କରିଥିବାରୁ, ଉପଜିଲ୍ଲାପାଳ, ବାଲେଶ୍ୱରଙ୍କ ଆଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସେ ନେତୃତ୍ତ୍ବ ନେଇଥିଲା ବେଳେ ରେମୁଣା ଓ ସଦର ତହସିଲଦାର ଓ ତାଙ୍କ ସହିତ ପୋଲିସ ଓ ଫାୟାର ଟିମ୍ ଉପସ୍ଥିତ ଥିଲେ।
ଏହା ସହିତ ପ୍ରାୟ ୧,୦୦,୦୦୦ ପକା ଓ କଚ୍ଚା ଇଟ୍‌କୁ ଧ୍ୱଂସ କରାଯାଇଛି ଏବଂ ଗୋଟିଏ ଚିମ୍ନିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି।
ଏପରି ଉଲ୍ଲଂଘନ ଉପରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ସଚେତନ କରିଛି।

0
0
0
s2sdefault