ହେଡଲାଇନସ୍:

କୁଲିଆରୀ ଗ୍ରାମରେ ମା ବିନ୍ଧ୍ୟବାସିନୀ ପୂଜା ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର/ଶିବାଶିଷ ପଟ୍ଟନାୟକ(୦୫/୦୪):- ବରଗଡ଼ ଜିଲ୍ଲା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ୩ ଦିନ ଧରି ମହାଆଡମ୍ବରରେ ପାଳିତ ହୋଇଯାଇଛି ମା ବିନ୍ଧ୍ୟବାସିନୀ ପୂଜା । ଗୁରୁବାର ଅପରାହ୍ନ ୩ ଟା ସମୟରେ ଗ୍ରାମର ଶତାଧିକ ମହିଳା ଗାଁ ପୋଖରୀରୁ ଏକ ଭବ୍ୟ କଳସ ଯାତ୍ରା ସହିତ ଗ୍ରାମ ପରିକ୍ରମା କରି ମାଙ୍କ ମଣ୍ଡପରେ କଳସ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଦଣ୍ଡନୃତ୍ୟ,ଅପେରା, ଡ୍ୟାନ୍ସ ଭଳି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ସରପଞ୍ଚ ଅର୍ପିତା ପଣ୍ଡା,ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ପ୍ରଧାନ,ସାମ୍ୱାଦିକ ଡିଲେଶ୍ୱର ବାଗ,ସମାଜସେବୀ ସୁଶାନ୍ତ ପଣ୍ଡା,ବିଜେପି ମଣ୍ଡଳ ସଭାପତି ବିଶ୍ଵନାଥ ସାହୁ,ବିଜେପି ନେତା ବିପିନ ସାହୁ,ବନପାଲ ରାଜେନ୍ଦ୍ର ସିଂ,ବନରକ୍ଷୀ ଅଜୟ ଦାଶ,ରସିକ ମଲ୍ଲିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଆହୁରି ଗରିମାମୟ କରିଥିଲେ। ଏହି ପବିତ୍ର ଅବସରରେ ମାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ଅତିଥିମାନେ ତାଙ୍କର ଉଦବୋଧନରେ ଏପରି ଧାର୍ମିକ କାର୍ଯ୍ୟକ୍ରମ ସମାଜରେ ଏକତା, ଭକ୍ତି ଓ ସାମ୍ପ୍ରଦାୟିକ ସମ୍ମିଳନ କୁ ବୃଦ୍ଧି କରୁଥିବା କହିଥିଲେ। ସେମାନେ ଏହି ପୂଜାର ସୁନ୍ଦର ଆୟୋଜନ ପାଇଁ କମିଟି ସଦସ୍ୟମାନଙ୍କୁ ପ୍ରଶଂସା କରିଥିଲେ।
ପୂଜା ପରିସରରେ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ଏବଂ ସମସ୍ତେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ମା ବିନ୍ଧ୍ୟାବସିନୀଙ୍କୁ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ହିମାଂଶୁ ବରିହା,ସମ୍ପାଦକ ଗୋପାଳ ବାଗ,କୋଷାଧ୍ୟକ୍ଷ କାର୍ତ୍ତିକ ବରିହା, କ୍ଷେତ୍ର ମଲ୍ଲିକ,ଅଭିମନ୍ୟୁ ବରିହା,ଦିଲ୍ଲୀପ ବରିହା,ଅଜିତ ସାହୁ,ବଡ଼ ମିର୍ଦ୍ଧା,ଜଗା ବରିହା,ସିଦ୍ଧାନ୍ତ ବଗର୍ତ୍ତି,ଶୁଭେନ୍ଦୁ ବରିହା,ହିରାରାମ ମିର୍ଦ୍ଧା, ସାନନ୍ଦ ସାହୁ,ନିର୍ମଳ ବରିହା,ସୁବଳ ସାହୁ,ସନ୍ତୋଷ ବରିହା,ସୁନିଲ ବରିହା,ଆନନ୍ଦ ସାହୁ ଏବଂ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

0
0
0
s2sdefault