ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀ ପ୍ରସାଦଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


 ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା


ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିଥିଲେ । ସେଠାରେ ସେ ଶୀଗଣେଶ, ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା ପାର୍ବତୀ ଓ ଭୁବନେଶ୍ୱରୀଙ୍କୁ ପୂଜାର୍ଚନା କରିଥିଲେ । ଏହି  ଅବସରରେ ବିଜେପି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ଶ୍ରୀ ପ୍ରସାଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁଙ୍କ ନେୃତ୍ୱରେ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିୟ ଦାଶ, ମଦନ ମେହାନ ପ୍ରଧାନ, ଶିବ ପ୍ରସାଦ ବେହେରା ଓ ଶତାଧିକ କର୍ମି ତାଙ୍କୁ ସ୍ୱାଗତ କରିଥିଲେ ।

 

 

0
0
0
s2sdefault