ହେଡଲାଇନସ୍:

କୋରଡ଼ାରେ ବାଣ ବିସ୍ଫୋରଣ, ୬ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼:- ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗ୍ରାମରେ ବାଣ ବିସ୍ଫୋରଣ ଘଟି ୬ ଜଣ ଗୁରୁତର ହୋଇଛନ୍ତି । ୬ ଜଣଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁସାରେ, କୋରଡ଼ା ଗ୍ରାମର ହାଡ଼ିବନ୍ଧୁ ସେଠୀ ଏବଂ ତାଙ୍କ ପୁଅ ନବକିଶୋର ସେଠୀ ଦୀର୍ଘଦିନ ଧରି ବାଣ ନିର୍ମାଣ କରିବା ସହ ବ୍ୟବସାୟ କରି ଆସୁଥିଲେ । ହାଡ଼ିବନ୍ଧୁଙ୍କ ପତ୍ନୀ ଏହି କାରବାରର ମଖ୍ୟ କାର୍ପଟଦାର ଥିଲେ । ଆଗକୁ ଲଙ୍କାପୋଡ଼ି ଓ ପଣାଯାତ୍ରା ପାଇଁ ଅନେକ ସ୍ଥାନରୁ ବାଣ ପାଇଁ ହାଡ଼ିବନ୍ଧୁ ପରିବାର ବହିନା ରଖିଥିଲେ । ଆଜି ହାଡ଼ିବନ୍ଧୁ ଘର ବାରିପଟ କଦଳୀ ବଗିଚା ନିକଟରେ ରହିଥିବା କୁଡ଼ିଆରେ ବାଣ ନିର୍ମାଣ କରାଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ହାଡ଼ିବନ୍ଧୁଙ୍କ ସମେତ ତାଙ୍କ ପୂଅ ନବ, କୋରଡ଼ା ଗ୍ରାମର ନିରଞ୍ଜନ ନାୟକ, ମୀନା ଗାଡ଼ିଆ ଗ୍ରାମର ବାପି ନାୟକ, ମନୋଜ ନାୟକ ସେଠାରେ ବସି ବାଣ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ଉକ୍ତ ସ୍ଥାନରେ ପଡ଼ୋଶ୍ରୀ ଘରେ ରହି ପାଠ ପଢ଼ୁଥିବା ଗଞ୍ଜାମ ଅଞ୍ଚଳର ନାବାଳକ ଅମ୍ରିତ ସେଠୀ ଖେଳୁଥିଲେ । ହଠାତ୍ ବାଣ ବିସ୍ଫୋରଣ ଘଟିବାରୁ ଉପରୋକ୍ତ ୬ ଜଣ ଗୁରୁତର ହୋଇଥିଲେ । କାହାର ହାତ ଛିଣ୍ଡି ଯାଇଛି, ତ ପୁଣି କାହାର ଦେହରୁ ଚମଡ଼ା ଉତୁରି ଯାଇଛି । ଏଭଳି ଅବସ୍ଥାରେ ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

0
0
0
s2sdefault