ଅସ୍ତରଙ୍ଗ: ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି, କାକଟପୁରର-ଅସ୍ତରଙ୍ଗ ଓ ଓଡ଼ିଆ ଭାଷା ସାହିତ୍ୟ ,ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ମିଳିତ ସହାୟତାରେ ଏପ୍ରିଲ ୧ତାରିଖଦିନ ଓଡ଼ିଶା ଦିବସ ଭୁବନେଶ୍ଵର ସ୍ଥିତ ୟୁନିଟ ୮ର ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି କାର୍ଯ୍ୟକ୍ରମ ରେ ସମିତିର ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ,କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ଙ୍କ ସମେତ ବହୁ ଶିକ୍ଷିତ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ଅତିଥି ମାନେ ୧୯୩୬ ମେସିହା ଓଡ଼ିଶା ପ୍ରଦେଶ ଗଠନ ରେ ପୂର୍ବ ସୁରି ମାନକ ସ୍ମୃତି ଚାରଣ ଓ ସେମାନଙ୍କର ଅବଦାନ ସଂପର୍କ ରେ ଆଲୋଚନା ଚକ୍ର ରେ ଟିପ୍ପଣୀ ଦେବା ସହ ଆଜିର ଅଗ୍ରଗାମୀ ଓଡ଼ିଶା ଓ ତାର ସମୃଦ୍ଧି ବୃଦ୍ଧି, ସେହି ଅତୀତ ର ବରପୁତ୍ର ମାନଙ୍କ ଅବଦାନ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭ ରେ ଉତ୍କଳ ର ବରପୁତ୍ର ମାନଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଯୋଳନ୍ ପୂର୍ବକ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା । ଆଜିଭଳି ଏକ ପବିତ୍ର ଦିନରେ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଆଗେଇ ଆସି ଶପଥ ନେବା ଉଚିତ୍ ବୋଲି ବକ୍ତା ମାନେ ମତ ବ୍ୟକ୍ତ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମିତିର ସମ୍ପାଦକ ସ୍ୱପନେଶ୍ୱର୍ ସାହୁ ଙ୍କ ସମେତ ଅସ୍ତରଙ୍ଗ ,କାକଟପୁର, ଅଂଚଳରେ ବହୁ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବାର ଦେଖା ଯାଇଥିଲା ।
ରାଜ୍ୟ
ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ତରଫରୁ ଓଡ଼ିଶା ଦିବସ ପାଳିତ ।
- Hits: 8








