ହେଡଲାଇନସ୍:

ବାଜାବାଜଣା ପଟୁଆରରେ ଅବସରପ୍ରାପ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ବିଦାୟ ଦେଲେ ପୋଲିସ୍ ଓ ଜନସାଧାରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାର୍ଚ୍ଚ ୩୧ ତାରିଖରେ ଅବସରଗ୍ରହଣ କରିଥିଲେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା । ଯାହାକୁ ନେଇ ବିଭିନ୍ନ ସ୍ତରରେ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ପଣ୍ଡା ଗଜପତି ଜିଲ୍ଲା ଛାଡୁଥିବାରୁ ତାଙ୍କୁ ପୋଲିସ୍ କର୍ମୀ ଓ ଜନସାଧାରଣ ବାଜାବାଜଣା ଓ ପଟୁଆରରେ ନଗର ପରିକ୍ରମା କରାଇ ବିଦାୟ ଦେଇଥିଲେ। ଯାହାକି ଏପରି କେବେ ବି ଜଣେ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ଦେବାର ନଜିର ନାହିଁ। ରାଣୀପେଣ୍ଠ ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ଏକ ବିରାଟ ପଟୁଆରରେ ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡାଙ୍କୁ ପାଛୋଟି ଅଣାଯାଇଥିଲା । ଆତବାଜି, ବାଦ୍ୟବାଜଣା, ମୋଟରସାଇକେଲ ଶୋଭାଯାତ୍ରା କରି ନଗରପରିକ୍ରମା କରାଯାଇଥିଲା ।
ଏହି ସମୟରେ ଜନସାଧାରଣ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି କାମନାଥିଲେ । ଶ୍ରୀ ପଣ୍ଡା ଗଜପତି ଜିଲ୍ଲାରେ ସ୍ବଳ୍ପ ବର୍ଷର କାର୍ଯ୍ୟକାରୀ ସମୟରେ ସେ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଯାହାକି ଆଜି ଶୋଭାଯାତ୍ରା ଯାଉଥିବା ସମୟରେ ସହରର ବିଭିନ୍ନ ବର୍ଗର ଲୋକେ ସ୍ବତପ୍ରବୃତ ଭାବେ ଶ୍ରୀ ପଣ୍ଡାଙ୍କୁ ସାକ୍ଷାତ କରି ଆପଣ ଆଉ କିଛି ବର୍ଷ ପୂର୍ବରୁ ଏହି ଜିଲ୍ଲାକୁ ଆସିବାର ଥିଲା ବୋଲି କହୁଥିବାର ଲକ୍ଷ୍ୟ କରାଯାଇଥିଲା । ଲୋକଙ୍କ ଏଭଳି ଆତ୍ମୀୟତା କଥା ଶୁଣି ଶ୍ରୀ ପଣ୍ଡା ଭାବବିହ୍ବଳ ହୋଇପଡୁଥିବାର ଦେଖିବାକୁ ମିଳିଥିଲା ।
ଏନେଇ ଶ୍ରୀ ପଣ୍ଡା କରିଥିଲେ ଯେ ମୁଁ ସମୟେ ସମୟେ ଗଜପତି ଗସ୍ତରେ ଆସୁଥିବି । ଦେଖା ସାକ୍ଷାତ ହେଉଥିବା ବୋଲି କହୁଥିଲେ। ଏହି ଶୋଭାଯାତ୍ରାରେ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ଶତାଧିକ ପୋଲିସ କର୍ମଚାରୀ ଓ ଜନସାଧାରଣ ଯୋଗଦେଇଥିଲେ।

0
0
0
s2sdefault