ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଭଞ୍ଜନଗର ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଅନୁଷ୍ଠିତ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହୋଇଥିଲା ଓ ଆଜି କୋର୍ଟ ପରିସର ଜୁବୁଲି ହଲ ଠାରେ ସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ଧୂରେନ କୁମାର ସ୍ବାଇଁ, ଉପସଭାପତି ରଜତ କୁମାର ଦାସ, ସହ ସମ୍ପାଦକ ଶ୍ରୀମତି ସ୍ମିଧା ଦାସ, କୋଷାଧ୍ୟକ୍ଷ ମଧୁସୂଦନ ପଣ୍ଡା ପ୍ରମୂଖ ପ୍ରତିନିଧୂମାନେ ଆଜି ଶପଥ ପାଠ କରିଥିଲେ । ନିର୍ବାଚନ ଅଧିକାରୀ ତଥା ଆଇନଜୀବୀ ଲଡୁ କିଶୋର ଆଲତିଆ, ତ୍ରିନାଥ ମଲ୍ଲିକ ନୂତନ କର୍ମକର୍ତ୍ତା ଙ୍କୁ ସପଥ ପାଠ କରାଇ ଥିଲେ। ୨୦୨୬-୨୭ ପାଇଁ ନୂତନ କର୍ମକର୍ତ୍ତା ନେତୃତ୍ବରେ ଓକିଲ ସଂଘର ସୁନାମ ବଜାୟ ରହିବା ସହ ସମାଜରେ ନ୍ୟାୟିକ ବ୍ୟବସ୍ଥା ଆହୁରି ସୁଦୃଢ଼ କରିବା ନିମନ୍ତେ ଭଞ୍ଜନଗର ଓକିଲ ମାନଙ୍କ ର ନ୍ୟାର୍ଯ୍ୟ ଦାବି ସହ ଅଧୂକାର ସବୁକୁ ଠିକ ରେ ପହଞ୍ଚାଇବେ ସେଥିପ୍ରତି ଧ୍ୟାନ ଦେବେ ବୋଲି ନବ ନିର୍ବାଚିତ ପ୍ରତିନିଧୂମାନେ ପ୍ରକାଶ କରିଛନ୍ତି। ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଅଧୂକାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲାର ଏକ ଗୁରୁତ୍ଵପୂର୍ଣ୍ଣ ବାର ଆସୋସିଏଶନ ହେଉଛି ଭଞ୍ଜନଗର ବାର ଆସୋସିଏଶନ। ସୂଚନାଯୋଗ୍ୟ ଭଞ୍ଜନଗର ଓକିଲ ସଂଘ ସବୁବେଳେ ନିଜସ୍ବ ଉଦ୍ୟମ ରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରିବା ସହ ଘୁମୁସର ଅଞ୍ଚଳ ର ବିଭିନ୍ନ ସହଯୋଗିତା ହିସାବରେ ଜନ ହିତକର କାର୍ଯ୍ୟ କରିଆସୁଛନ୍ତି,ଏବଂ ଏହିପରି ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ଉପରେ ସମସ୍ତଙ୍କ ଆସ୍ଥା ଓ ବିଶ୍ବାସ ରହିଛି। ଆଜି ର ଏହି ଶୁଭ ମୁହୂର୍ତ୍ତରେ ଭଞ୍ଜନଗର ଓକିଲ ଭାଇ ମାନେ ନୂତନ କର୍ମକର୍ତ୍ତା ଙ୍କୁ ଶୁଭେଛା ଜଣାଇଥିଲେ।
ରାଜ୍ୟ
ଭଞ୍ଜନଗର ନବ ନିର୍ବାଚିତ ଓକିଲ ସଂଘ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ
- Hits: 14









