ବେଲଗୁଣ୍ଠା, ୦୧/୦୪ -(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବ୍ଲକ ଶିକ୍ଷା ଅଧିକାରୀ (BEO) କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରି ପ୍ରତିଭା କୁମାରୀ ରଥ ଆଜି ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଏକ ଭାବଗମ୍ଭୀର ଅବସରକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି।ଶିକ୍ଷକ ସଂଘର ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ବେଲଗୁଣ୍ଠା ବିଇଓ ଲୋପାମୁଦ୍ରା ରଥ ସଭାପତିତ୍ୱ କରିଥିଲେ। ଏହି ଅବସରରେ ବ୍ଲକର ଅନ୍ୟ ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ଛାୟାକାନ୍ତ ମହାପାତ୍ର ପରିଚାଳନା କରିଥିବା ବେଳେ ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠି ମାନପତ୍ର ପାଠ କରିଥିଲେ। ଏହି ଅବସରରେ ଶିକ୍ଷକ ଶଙ୍କର ନାରାୟଣ ସେଠୀ, ନିକୁଞ୍ଜ ନାୟକ, ରମେଶ ପାଣିଗ୍ରାହୀ ଓ ଭଗବାନ ସାହୁ ଅବସରପ୍ରାପ୍ତ ଏ ବି ଇ ଓ ଶ୍ରୀମତୀ ରଥଙ୍କ କାର୍ଯ୍ୟଦକ୍ଷତା, ସରଳ ବ୍ୟବହାର ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକର ସମସ୍ତ ସି ଆର ସି ସି ଓ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶେଷରେ ସି ଆର ସି ସି କାଳୁ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ।ଅବସର ଗ୍ରହଣ କରିଥିବା ପ୍ରତିଭା କୁମାରୀ ରଥଙ୍କ ଦୀର୍ଘ ସେବାଜୀବନକୁ ସମସ୍ତେ ସ୍ମରଣ କରି ତାଙ୍କ ସୁସ୍ୱାସ୍ଥ୍ୟ ଓ ଶୁଭ ଅବସରଜୀବନ କାମନା କରିଥିଲେ। ଶେଷରେ ଅବସର ଗ୍ରହଣ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷଧିକାରୀଙ୍କୁ ଫାଇନାଲ ପେନସନ ପ୍ରଦାନ କରାଯାଇଥିଲା l
ରାଜ୍ୟ
ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
- Hits: 4








