ହେଡଲାଇନସ୍:

ଭଞ୍ଜନଗର ସହରରେ ମହା ଆଡମ୍ବରରେ ପାଳନ ହେଲା ଉତ୍କଳ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:  ମହାନ୍ ଗୈ।ରବମୟ ଉତ୍କଳ ଦିବସ ସାରା ଓଡ଼ିଶା ରାଜ୍ୟ ର ବିଭିନ୍ନ ସ୍ଥାନରେ ପାଳନ ହୋଇଛି।ମହାସମାରୋହରେ ଓଡ଼ିଶା ପାଳୁଛି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା। ସେଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ମଧ୍ୟ ପାଳନ କରାଯାଇଛି ଭବ୍ୟ କାର୍ଯ୍ୟକ୍ରମ ଉତ୍କଳ ଦିବସ।

ଏହି ପରିପ୍ରେକ୍ଷୀରେ ଉକ୍ତ ପବିତ୍ର ଦିବସ ଅବସରରେ ଭଞ୍ଜନଗର ସହରର ପୈ।ରପରିଷଦର ସମସ୍ତ ଅଧିକାରୀ ଙ୍କ ସହିତ ଉକ୍ତ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା , ପ୍ରଶାସନିକ ଅଧିକାରୀ ଓ ସାଧାରଣ ଜନତା ଏକାଠି ହୋଇ, ପ୍ରଥମେ ଉକ୍ତ କାର୍ଯ୍ୟାଳୟ ରେ ଥିବା ଉତ୍କଳ ଗୈ।ରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ସଭିଏଁ ପଦଯାତ୍ରା ରେ ବାହାରି ସହର ର ଅନେକ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଯେପରିକି ଭଞ୍ଜ ମାର୍ଗ ଠାରେ, ପୋଲିସ୍ ଷ୍ଟେସନ୍ ଛକ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି , ବସଷ୍ଟାଣ୍ଡ୍ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ପୋଲିସ୍ ବ୍ୟାରେକ୍ ପାଖରେ ଥିବା ଅନେକ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ, କୋର୍ଟ ପରିସର ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ, ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ର ଭଞ୍ଜଙ୍କ ପ୍ରତିମୂର୍ତ୍ତି, ସେହିପରି ଚକରାଵିଷୋୟୀ ଙ୍କ ପ୍ରତିମୂର୍ତ୍ତି ରେ ଓ ମହାବିଦ୍ୟାଳୟ, ବ୍ଳକ୍ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ପଦଯାତ୍ରାରେ ସାମିଲ ଥିଲେ ଉପଜିଲ୍ଲାପାଳ, ନଗରପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ, ତହସିଲଦାର,ବି.ଡି.ଓ, ସାଂସଦ ପ୍ରତିନିଧି,ଏସ୍ ଡି ପି ଓ ଦିପକ୍ ମିଶ୍ର, ଆରଖି ବାହିନୀ ର ସମିର କୁମାର ସେଠୀ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ,ଅନେକ କାଉନସିଲର ଓ ସାମ୍ବାଦିକ ବନ୍ଧୁ ମାନେ। ପରେ ପରେ ସାମାନ୍ୟ ଜଳପାନ ର କିଛି ସମୟ ର ବିରତି ପରେ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ସଭାଗୃହ ଠାରେ ଏକ ବିରାଟ ଭବ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ରୁପେ ସ୍ଥାନୀୟ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ସମ୍ମାନିତ ଅତିଥି ରୁପେ ପୈ।ରପରିଷଦ ନଗରପାଳିକା ଗୋପବନ୍ଧୁ ମହାପାତ୍ର, ଗୋଷ୍ଟି ଉନ୍ନୟନ ଅଧିକାରୀ ଭାରତି ଦେବି, ତହସିଲଦାର ଅଭିପ୍ସା ପଟ୍ଟନାୟକ, ପୈ।ରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲିକୃଷ୍ଣ ପଣ୍ଡା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି ମଞ୍ଚାସିନ ଥିଲେ। ତତ୍ ସହିତ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଦାସ ,କେନ୍ଦୁପଦର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ଆପଟ ମୁଖ୍ୟ ବକ୍ତା ରୂପେ ଓ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ମଞ୍ଚ ସଞ୍ଚାଳକ ଭାବରେ ଉପସ୍ଥିତ ଥିଲେ। ମଞ୍ଚାସିନ ସମସ୍ତ ବରେଣ୍ୟ ଅତିଥି ମାନେ ଆଜିର ଭବ୍ୟ ଦିବସ ବିଷୟରେ ଅବିସ୍ମରଣୀୟ ଓ ସାର ଗର୍ଭକ ବକ୍ତବ୍ୟ ମାନ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଜନସାଧାରଣ ଙ୍କୁ ଶୁଣାଇଥିଲେ। ଏହି ପରିପ୍ରେକ୍ଷୀରେ ବରେଣ୍ୟ ବକ୍ତା ମାନଙ୍କ ଆଭିମୁଖ୍ୟ ବକ୍ତବ୍ୟ ଅନୁସାରେ,୧୯୦୨ ମସିହାରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ଆହୂତ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପଣ୍ଡିତ ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ ସମେତ ବହୁ ମହାପୁରୁଷ । କୁହାଯାଏ ଏହା ଥିଲା ଭାଷା ଆନ୍ଦୋଳନର ପ୍ରଥମ ବୈଠକ। ପରବର୍ଷ ଗଠିତ ହୋଇଥିଲା ଉତ୍କଳ ସମ୍ମିଳନୀ। ଏଥିପାଇଁ ଗଞ୍ଜାମକୁ ଭାଷା ଆନ୍ଦୋଳନର ଏନ୍ତୁଡ଼ିଶାଳ ବୋଲି କୁହାଯାଏ। ତେବେ ୧୯୦୨ ନୁହେଁ, ୧୮୭୦ ମସିହାରୁ ଭାଷା ଆନ୍ଦୋଳନର ମୂଳଦୁଆ ପଡ଼ିଥିବା ଏକ ତ‌ଥ୍ୟଭିଭିକ ଆଲେଖ୍ୟ ଲେଖ୍ୟରୁ ଜଣାଯାଇଛି। ଭାଷାଭିଭିକ ଆନ୍ଦୋଳନ ପ୍ରଥ ପ୍ରଥମେ ରସୁଲକୋଣ୍ଡା ( ବିଶାଳ ଘୁମୁସର ଅଞ୍ଚଳର ଅଂଶବିଶେଷ ଓ ବର୍ତ୍ତମାନର ଭଞ୍ଜନଗର) ଠାକୁରାଣୀ ପଡ଼ିଆରୁ ପଡ଼ିଥିଲା । ଓଡ଼ିଆ ଆ ଭାଷା ଆନ୍ଦୋଳନର ପ୍ରଥମ ଶଙ୍ଖନାଦ ଏଇଠୁ ହୋଇଥିଲା । ୧୮୭୦ ମସିହା ସେପ୍ଟେମ୍ବରରେ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ଵର ଦେଓ ଏହି ସଭା ଆୟୋଜନର ମୁଖ୍ୟ ବିନ୍ଧାଣୀ ଥିଲେ ଯାହାର ନାମ ଥିଲା ହିତବାଦିନୀ ସଭା । ବ୍ରିଟିଶ ସାହେବ ରସଲଙ୍କ ନାମ ସହ ଏଠିକାର ମୁଣ୍ଡିଆ ପାହାଡ଼ ବା କୁଣ୍ଡାକୁ ନେଇ ଅଞ୍ଚଳର ନାମ ହୋଇଥିଲା ରସଲକୁଣ୍ଡା ବା ରସୁଲକୋଣ୍ଡା । ଇତିହାସର ଏହି ଅନାଲୋଚିତ ଅଧ୍ୟାୟ ଭାଷାଭିଭିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଘୁମୁସରର ଭୂମିକା ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ସଂକଳନ ‘ଓଡ଼ିଆ ଆନ୍ଦୋଳନର ଇତିହାସ 'ରୁ ସ୍ପଷ୍ଟ ହୁଏ । କହିବାକୁ ଗଲେ ଯଦି, ଭାଷାଭିତ୍ତିକ ପ୍ରଥମ ଅଧିବେଶନ ବୈଠକ ର ମୂଳଦୁଆ ପୂର୍ବର ରସୁଲକୋଣ୍ଡା ଘୁମୁସର ଏବର ଭଞ୍ଜନଗର ଠାକୁରାଣୀ ପଡ଼ିଆ ଠାରୁ ଆରମ୍ଭ ହୋଇଥିଲା। ନଚେତ୍ ଆମେ ଆଜି ଓଡ଼ିଆ ଭାଷା ଓ ଓଡ଼ିଆ ବୋଲି ନଥାନ୍ତେ କି ଗର୍ବ କରିପାରି ନଥାନ୍ତେ। ପରେ ପରେ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ପ୍ରତିଯୋଗି ମାନଙ୍କୁ ମାନ୍ୟବର ମୂଖ୍ୟ ଅତିଥି ଓ ଅନ୍ୟାନ୍ୟ ମୁଖ୍ୟ ସମ୍ନାନିତ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ମଧ୍ୟ ଅନେକ କିଛି ସହଯୋଗ କରିଥିଲେ ଅରକ୍ଷିତ ପରିଛା।

0
0
0
s2sdefault