ହେଡଲାଇନସ୍:

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଏପ୍ରିଲ ୦୧, ୨୦୨୬: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ସୁବିଧାଜନକ ଯାତ୍ରା ସୁବିଧା ଯୋଗାଇବା ଉଦେଶ୍ୟରେ ପୂର୍ବ ତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ପରିଚାଳନାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛି । ଏହି ଟ୍ରେନ୍ ଗୁଡ଼ିକ ସେମାନଙ୍କର ପୂର୍ବ ସମୟ, ରହଣି ସ୍ଥାନ ଏବଂ କୋଚ୍ ସରଞ୍ଚନା ସହିତ ଚଳାଚଳ କରିବ ।

ସମ୍ପ୍ରସାରିତ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଲା:

୧. ୦୨୮୧୧ ଭୁବନେଶ୍ୱର – ଯଶବନ୍ତପୁର ସ୍ପେଶାଲ୍ ୨୭ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୨. ୦୨୮୧୨ ଯଶବନ୍ତପୁର – ଭୁବନେଶ୍ୱର ସ୍ପେଶାଲ୍ ୨୯ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୩. ୦୮୩୧୧ ସମ୍ବଲପୁର – ଇରୋଡ୍ ସ୍ପେଶାଲ୍ ୨୭ ମେ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୪. ୦୮୩୧୨ ଇରୋଡ୍ – ସମ୍ବଲପୁର ସ୍ପେଶାଲ୍ ୨୯ ମେ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୫. ୦୮୫୦୮ ବିଶାଖାପାଟଣା – ଶାଲିମାର ସ୍ପେଶାଲ୍ ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୬. ୦୮୫୦୭ ଶାଲିମାର – ବିଶାଖାପାଟଣା ସ୍ପେଶାଲ୍ ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଯାତ୍ରୀମାନଙ୍କୁ ଏହି ସମ୍ପ୍ରସାରଣଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରିବାକୁ ପରାମର୍ଶ ।

0
0
0
s2sdefault