ହେଡଲାଇନସ୍:

ବିଜୁ ଜନତା ଦଳ ପକ୍ଷରୁ ଉତ୍କଳ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍କଳ ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗମ୍ଭୀର ଓ ଉତ୍ସାହଭରା ଭାବରେ ପାଳନ କରାଯାଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀ, ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ପଟ୍ଟନାୟକ, ଡ଼ଃ ବି.ଆର୍. ଆମ୍ବେଦକର, ବିହାରୀ ରାମ ତନ୍ତୀ, ଗୋପବନ୍ଧୁ ଦାସ, ଗଙ୍ଗାଧର ମେହେର ଓ ନବ କିଶୋର ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରାଯାଇଥିଲା।

ଝାରସୁଗୁଡ଼ା ସହର ଉପକଣ୍ଠ ବଡ଼ମାଲ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦିପାଳୀ ଦାସ ଓ ଜିଲ୍ଲାର ବିଜେଡିର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ଏହି ସମୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ହୋଇଥିବା ଅସମ୍ମାନକୁ ନେଇ ସେମାନେ ଶାସକ ଦଳ ଉପରେ କଟୁ ସମାଲୋଚନା କରିଥିଲେ।

ବକ୍ତାମାନେ କହିଥିଲେ ଯେ, ବିଜୁ ପଟ୍ଟନାୟକ ଓ ଓଡ଼ିଶାର ଅନ୍ୟାନ୍ୟ ବରପୁତ୍ରମାନଙ୍କୁ ଯଥୋଚିତ ସମ୍ମାନ ଦେବା ଆବଶ୍ୟକ। ଏହା ସହିତ ସେମାନଙ୍କ ଆଦର୍ଶକୁ ଅନୁସରଣ କରି ରାଜ୍ୟର ଉନ୍ନତି ପାଇଁ ସମସ୍ତଙ୍କୁ ଏକତ୍ର ହେବାକୁ ଆହ୍ୱାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ପୌରାଧ୍ୟକ୍ଷା ରାନୀ ହାତୀ, ବିଜୁ ଯୁବ ଜନତା ଦଳ ସଭାପତି ରୋବିନ ପାଣ୍ଡେ, ବରିଷ୍ଠ ନେତା ରବି ସିଂହ, ସନ୍ଦିପ ଅୱସ୍ତି, ଅଶୋକ ଦାସ, ତୁଳସୀ ଦାସ, ମଦନ ହାତୀ, ଦାମୋଦର ନାଥ, ପବନ ସାହା, ନବନୀତ କୌର, ଦୀପା ନାଏକ ସହିତ ଜିଲ୍ଲାର ସମସ୍ତ କାଉନସିଲର ଓ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।

0
0
0
s2sdefault