ହେଡଲାଇନସ୍:

ଏସ୍‌ଆଇଆର୍ ପୂର୍ବରୁ ଭୋଟର ବାଦ୍ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ତାଲିକା ସଂଶୋଧନରେ କଟିଲେ ସାଢ଼େ ୭ ଲକ୍ଷ

  • ସୁନ୍ଦରଗଡ଼ରୁ ସର୍ବାଧୂକ ବାଦ୍ ପଡ଼ିଛନ୍ତି

ସୁନ୍ଦରଗଡ ୩୦-୦୩-୨୬. ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଛନ୍ତି ୭ ଲକ୍ଷ ୬୮ ହଜାର ୫୨୧ ଭୋଟର । ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ଏକାଧିକ ସ୍ଥାନରେ ଭୋଟ ପରିଚୟପତ୍ର ରଖିଥିଲେ ଏକ ଲକ୍ଷ ୫୫ ହଜାର ୩୧୮ ବ୍ୟକ୍ତି । ସଂଶୋଧନ ପ୍ରକ୍ରିୟାରେ ବାଦ୍ ଦିଆଯାଇ ଭୋଟର ଲିଷ୍ଟକୁ କରାଯାଇଛି ସ୍ୱଚ୍ଛ କରାଯାଇଛି । ଗତବର୍ଷ ୬ ତାରିଖରୁ ଚଳିତବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର, ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୦୮ ହଜାର ୧୩୨ ଭୋଟରଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ୍ ପଡିଛନ୍ତି । ଏହି ସମୟ ମଧ୍ୟରେ ନୂତନ ଭାବେ ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି । ସର୍ବାଧୂକ ବାଦ୍ ପଡିଥିବା ଜିଲ୍ଲା ହେଉଛି ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ୍ ପଡ଼ିଛନ୍ତି । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି

0
0
0
s2sdefault