ବେଲଗୁଣ୍ଠା, ୨୨/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପ୍ରାଙ୍ଗଣରେ ରୋଟାରୀ କ୍ଲବ୍ ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି I ରୋଟାରୀ କ୍ଲବ୍ ସଭାପତି ରଞ୍ଜିତ୍ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ୍, ରବୀନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ସାହୁ, ସନତ୍ ସୁବୁଦ୍ଧି, ସନ୍ତୋଷ ଜେନା, ଶ୍ରୀନିବାସ ସୁବୁଦ୍ଧି,ପ୍ରଦ୍ୟୁମ୍ନ ମଲ୍ଲିକ, ସୁମନ୍ ପୃଷ୍ଟି, ରାମଚନ୍ଦ୍ର ମିଶ୍ର, ଇନରହ୍ୱିଲ୍ ସଭାପତି ସୁନିତା ବାରିକ, ଖୁସି ସୁବୁଦ୍ଧି, ଏଲିନା ସାହୁ ପ୍ରମୁଖ ଉପସ୍ଥିତ ରହି ପଖାଳ ସେବନ କରିଥିଲେ I ଏହି ଅବସରରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ମନୋଜ କୁମାର ତ୍ରୀପାଠୀ,ଇନରହ୍ୱିଲ୍ ଅଧ୍ୟକ୍ଷା ମଧୁସ୍ମିତା ତ୍ରିପାଠି ଭଞ୍ଜନଗର ଗସ୍ତରେ ଆସି ଥିବା ବେଳେ ରୋଟାରୀ କ୍ଲବ୍ ପକ୍ଷରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଶବ ବୁହା ଗାଡ଼ିରେ ଶବ ରଖିବା ପାଇଁ ଏକ ରେଫ୍ରିଜେରେଟର, ତନରଡା ଜରାଶ୍ରମକୁ ଗୋଟିଏ ଫ୍ରିଜ୍, ବେଲଗୁଣ୍ଠା ଅବସର ପ୍ରାପ୍ତ କର୍ମଚାରୀ ସଂଗଠନର କାର୍ଯ୍ୟାଳୟକୁ ଗୋଟିଏ ୱାଟର୍ ପ୍ୟୁରିଫାଇର ଏବଂ ବିପଦର ବନ୍ଧୁ ସଂଗଠନକୁ ଗୋଟିଏ ୱାଟର୍ ପ୍ୟୁରିଫାଇର ପ୍ରଦାନ କରାଯିବା ସହିତ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ଏବଂ ଜଣେ ନାଟ୍ୟକାରଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା I କ୍ଲବ୍ ଯୁଗ୍ମ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ରୋଟାରୀ କ୍ଳବ୍ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ
- Hits: 5








