ହେଡଲାଇନସ୍:

ଝୁଲନ୍ତା ଅବସ୍ଥା ରେ ମାଛ ବ୍ୟବସାୟୀ ମୃତ୍ୟୁ, ମୃତ୍ୟୁ କୁ ନେଇ ବଢୁଛି ସନ୍ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ ୨୨/୩: ରବିବାର ସକାଳ ସମୟ ରେ, ଜିଉଁନ୍ତି ଖଣ୍ଡାସାହି ରାସ୍ତା କଡ଼ରେରେ ଥିବା ଏକ ଗଛରେ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଶରୀର କିଛି ସ୍ଥାନୀୟ ଲୋକ ଯାତାୟାତ ସମୟ ରେ ଦେଖିବାକୁ ପାଇଥିଲେ ।ଘଟଣା ପ୍ରବାହିତ ହେବାରୁ ଅସ୍ତରଙ୍ଗ ମାଛ ବ୍ୟବସାୟୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତି ଙ୍କୁ ଚିହ୍ନଟ କରିବା ସହ ,ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିଲେ । ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ,ଅସ୍ତରଙ୍ଗ ପୋଲିସ କୁ ସୂଚନା ଦେବା ସହ ଶବ ବ୍ୟବଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ରେଫର କରିଥିଲେ । ହେଲେ ଉକ୍ତ ସ୍ଥାନଟି କାକଟପୁର ଥାନା ହୋଇ ଥିବାରୁ ଅସ୍ତରଙ୍ଗ ପୋଲିସ କାକଟପୁର ଥାନାକୁ ସୂଚନା ଦେଇଥିଲେ । ସୂଚନା ମୁତାବକ ବ୍ୟକ୍ତି ଜଣଙ୍କ ମାଛ ବ୍ୟବସାୟୀ, ତାଙ୍କ ଧର୍ମପତ୍ନୀ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ର ଗୋଟେ ପୁଅ ଭୁବନେଶ୍ୱର ରେ ପାଠ ପଢୁଛନ୍ତି । ଘରେ ଜଣେ ମା ଯିଏ ଅନ୍ଧୁଣି ଆଉ ଜଣେ ସାନ ଭାଇ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ । ତେବେ ପାରିବାରିକ ଅଶାନ୍ତି ପାଇଁ ଯଦି ସେ ଏହିଭଳି ପଦକ୍ଷେପ ନେଇଥିଲେ ତେବେ ଘରେ ନେଇ ପାରିଥାନ୍ତେ,ହେଲେ ଘର ଠାରୁ ୪ କିଲୋମିଟର ଦୂର ରେ ନିର୍ଯ୍ୟନ ସ୍ଥାନ ରେ କାଇଁ ଜୀବନ ହାରିଲେ,ବୋଲି ପ୍ରଶ୍ନ ଉଠୁଛି । ପରିବାର ଲୋକ ନାହାନ୍ତି, ଅନ୍ୟ ଲୋକ ପୋଲିସ କୁ ସୂଚନା ନ ଦେଇ କାଇଁ ତାଙ୍କୁ ଝୁଲନ୍ତା ଅବସ୍ଥା ରୁ ଖୋଲିଲେ, ଏହାକୁ ନେଇ କାକଟପୁର ପୋଲିସ ଘଟଣା ସ୍ଥଳରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି,ଏହି ଘଟଣା ଟି କାକଟପୁର ଥାନା ଅଧୀନରେ ଘଟିଥିବାରୁ ମୃତ ବ୍ୟକ୍ତି ଙ୍କ ପୁତ୍ର କାକଟପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ କାକଟପୁର ପୋଲିସ ତରଫରୁ ୪/୨୬ ରେ ଏକ ମାମଲା ପଞ୍ଜିକରଣ କରାଯାଇ ଶବ ବ୍ୟବଚ୍ଛେଦ କରିବାକୁ ପଠାଯାଇଛି ବୋଲି କାକଟପୁର ଥାନା ପକ୍ଷ ରୁ ସୂଚନା ମିଳିଛି, ଏହି ଘଟଣା ଏକ ପାରିବାରିକ ଅଶାନ୍ତି କୁ ନେଇ ଆତ୍ମହତ୍ୟା ବୋଲି ସାଧାରଣ ରେ ବୁଦ୍ଧିଜୀବୀ ଗ୍ରହଣ କରି ପାରୁନଥିବା ବେଳେ ପୋଲିସ ର ପୁଙ୍ଖାନୁ ପୁଙ୍ଖ ତଦନ୍ତ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭର କରୁଛି ବୋଲି ସାଧାରଣଲୋକ ଆସ୍ଥା ପ୍ରକଟ କରିଛନ୍ତି l

0
0
0
s2sdefault