ରାଉରକେଲା/ ପିପିଲି (ସୁଶାନ୍ତ କୁମାର ଜେନା): ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଚତୁର୍ଥ ସନ୍ଧ୍ୟାରେ ପୁରୀ ପିପିଲି ର ରଙ୍ଗଲୋକ ଥିଏଟର ଅନୁଷ୍ଠାନ ତରଫରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ରଚିତ ଓ ଦୁର୍ଯୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ମଞ୍ଚସ୍ଥ ହୋଇଯାଇଛି। ସିଭିକ ସେଣ୍ଟର୍ ଠାରେ ଆୟୋଜିତ ଏହି ନାଟ୍ୟ କାର୍ଯ୍ୟକ୍ରମରେ ଝିଲିମା ମହାନ୍ତି ଙ୍କ ମଞ୍ଚ ସଂଯୋଜନାରେ ଅତିଥି ଭାବେ ଆରଏସପି ର ସିଜିଏମ ଏତୁଆ ଓରାମ, ନାଟ୍ୟ ସଂଗଠକ ଶରତ ଦାସ,ଏକତ୍ର ର ସମ୍ପାଦକ ବିଜୟ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସୋମନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ । ଏହି ଅବସରରେ ନିର୍ଦ୍ଦେଶକ ତଥା ଅଭିନେତା ଦୁର୍ଯୋଧନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ବନ୍ଦୀ ନାଟକର ମୁଖ୍ୟ ବିଷୟବସ୍ତୁ ହେଲା ମାଆ ପେଟରୁ କେହି ଅପରାଧୀ ହେଇନଥାଏ ! ପ୍ରକୃତି, ପରିବେଶ ପରିସ୍ଥିତି ମଣିଷକୁ କେତେବେଳେ କାହାକୁ ଅପରାଧୀ ସଜେଇ ଦିଏ ।ସେମିତି ନାଟକର ନାୟକ ସୁରଜ ମହାନ୍ତି, କେଉଁ ପରିସ୍ଥିତିରେ ଅପରାଧି ସାଜି ଆଜି କାରାଗାରରେ ବନ୍ଦୀ । ହେଲେ କାହାପାଇଁ ? ନିଜେ ବଡ଼ ହେବାର ସ୍ବପ୍ନ ପାଇଁ ନା ଜନ୍ମ କଲା ମାଆ ବାପାଙ୍କ ପାଇଁ ନା ସମାଜର ଭଦ୍ରମୁଖା ପିନ୍ଧା ଚାଚାଙ୍କ ପାଇଁ ନା ସରକାରୀ ନୀତି ନିୟମ ପାଇଁ ? କାହାପାଇଁ ? ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ କୁ ନେଇ ଗତିଶୀଳ ହୋଇଛି ବନ୍ଦୀର କାହାଣୀ । ନାଟକକୁ ତୁଷାରକାନ୍ତ ପଟ୍ଟନାୟକ ରଚନା କରିଥିଲାବେଳେ ନିର୍ଦ୍ଦେଶନା ଓ ଅଭିନୟ କରିଛନ୍ତି ଦୁର୍ଯ୍ୟୋଧନ ସାହୁ । ମଞ୍ଚ ରେ ଶିବ ବେହେରା,
ଆଲୋକ ରେ ବିକାଶ ପ୍ରଧାନ
ସଙ୍ଗୀତ ରେ ରାଜକୁମାର , ଗୀତ ରେ ବୀଣାପାଣି ରାୟ ଓ କଣ୍ଠରେ ମାରୁତି ପୁହାଣ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନାଟକ ପ୍ରତି ସମର୍ପିତ ବ୍ୟକ୍ତିତ୍ଵ ଅମୂଲ୍ୟ କୁମାର ବିଶୋଇ, ଅଶୋକ କୁମାର ଦାସ, କଲ୍ୟାଣୀ ବାଗ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଦୀପକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଚତୁର୍ଥ ସନ୍ଧ୍ୟା, ମଞ୍ଚସ୍ଥ ହେଲା ଏକକ ନାଟକ ବନ୍ଦୀ
- Hits: 6








