ହେଡଲାଇନସ୍:

ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ର ତୀବ୍ର ବିରୋଧ ପରେ ପୂର୍ବ ନିଷ୍ପତି କୁ ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧାରୁ ( ସେକ ଜାଫର ): ଖୋରଧା -୧୮/୩- କିଛି ଅସାମାଜିକ ତତ୍ତ୍ୱଙ୍କ ଏକ ପତ୍ର କୁ ତର୍ଜମା ନକରି ଖୋରଧା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋରଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ ଙ୍କ କାର୍ଯ୍ୟଶୈଳୀ ଓ ସ୍ୱଚ୍ଛତା ଉପରେ ଉଠାଇଥିବା ପ୍ରଶ୍ନ କୁ ସଂଘ ତରଫରୁ ତୀବ୍ର ବିରୋଧ କରଯାଇଥିଲା l ଏ ସମ୍ପର୍କ ରେ ଖୋରଧା ଜିଲ୍ଲା ଶାଖା ପକ୍ଷରୁ ଆଇ. ଓ.ଡବ୍ଲୁ.ଜେ. ସର୍ବଭାରତୀୟ ସଭାପତି ଡ.ପୀତବାସ ମିଶ୍ର , ଓ.ୟୁ.ଡବ୍ଲୁ.ଜେ. ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହିତ ତୁରନ୍ତ ଖୋରଧା ଜିଲ୍ଲା ପ୍ରଶାସନ ନିକଟରେ ଏହାର ପ୍ରତିବାଦ କରିବା ନିମନ୍ତେ ଅନୁରୋଧ କରଯାଇଥିଲା l ସଂଘ ପକ୍ଷରୁ ଏହି ଘଟଣା କୁ ଗୁରୁତ୍ବର ସହିତ ବିଚାର କୁ ନେଇ ଖୋରଧା ଜିଲ୍ଲାପାଳ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ନିକଟରେ ଦୃଢ଼ ପ୍ରତିବାଦ କରାଯିବା ସହିତ ଘଟଣା ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା ନକରି ଅତି ତରବରିଆ ଭାବେ ନିଆଯାଇଥିବା ନିଷ୍ପତି ର ପ୍ରତ୍ୟାହାର କରିବା ନିମନ୍ତେ ଦାବୀ ଉପସ୍ଥାପନ କରଯାଇଥିଲା l ଏହି ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ରାଜ୍ୟସାରା ବିଭିନ୍ନ ଜିଲ୍ଲା ରେ ପ୍ରତିବାଦ ର ସ୍ୱର ଉଠିଥିଲା l ଏ ସମ୍ପର୍କ ରେ ଆଜି ଏକ ପ୍ରତିବାଦ ସଭା ଖୋରଧା ସାମ୍ୱାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଵୈଠକ ରେ ଖୋରଧା ଜିଲ୍ଲା ସମେତ ଭୁବନେଶ୍ୱର,ପୁରୀ , କଟକ,ଯାଜପୁର, ନୟାଗଡ, ଟାଙ୍ଗି, ବାଣପୁର, ଚିଲିକା, ବୋଲଗଡ, ବେଗୁନିଆ ପ୍ରଭୃତି ଅଞ୍ଚଳରୁ ବହୁ ସଂଖ୍ୟାରେ ସଂଘ ର ସଦସ୍ୟ ଏକତ୍ରିତ ହୋଇ ଜିଲ୍ଲା ପ୍ରସାଶନ ର ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବା ସହିତ, ନିଷ୍ପତି ର ପୁନର୍ବିଚାର ନ କରାଗଲେ ଆଗାମୀ ଦିନରେ ଏହା ତୀବ୍ର ରୁପ ଧାରଣ କରିବ ବୋଲି ଖୋରଧା ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ସଭାପତି ଡ. ପୀତବାସ ମିଶ୍ର, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ରାଜ୍ଯ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ପ୍ରମୁଖ ଖୋରଧା ଜିଲ୍ଲା ପ୍ରଶାସନ ର ଏହି ନିଷ୍ପତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଜିଲ୍ଲା ପ୍ରଶାସନ ତାର ନିଷ୍ପତି ର ପୁନର୍ବିଚାର କରିବାକୁ ଦାବୀ କରିଥଲେ l ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଭାପତି ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ଘଟଣା ଟିର ଦୃଢ଼ ନିନ୍ଦା କରିଥଲେ l ପରେ ସଂଘ ର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ରେ ବସି ରହିଥିଲେ l ଧାରଣା ସ୍ଥଳ ରେ ଜିଲ୍ଲପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପହଞ୍ଚି ଧାରଣା ରେ ବସିଥିବା ସଂଘ କର୍ମକର୍ତ୍ତା ଏବଂ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ତାର ପୂର୍ବ ନିଷ୍ପତି କୁ ଏକ ଲିଖିତ ପତ୍ର ମାଧ୍ୟମ ରେ ପ୍ରତ୍ୟାହାର କରିଥିଲେ l ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା l

0
0
0
s2sdefault