ଅସ୍ତରଙ୍ଗ: ମଙ୍ଗଳବାର ରାତ୍ରର ନିର୍ଜନ ପ୍ରହର ରେ ଗୋରୁ ଚାଲାଣ କୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ମାଡପିଟ ସହ ଗୋଟିଏ ଲେ ଲ୍ୟାଣ୍ଡ,ଚାରି ଚକିଆ ଓ ହୋଣ୍ଡା ଦୁଇ ଚକିଆ ଭଙ୍ଗାରୁଜା ହୋଇ ରାଜ ରାସ୍ତାରେ ପଡିବା ଘଟଣା ଅସ୍ତରଙ୍ଗ ଅଞ୍ଚଳରେ ସମସ୍ଥ ଙ୍କୁ ବିସ୍ମିତ କରି ଦେଇଛି ।
ପ୍ରକାଶ ଯୋଗ୍ୟ ଯେ, ପାଟଳଦା (ତଡ଼ା) ଗ୍ରାମର କାଳିଆ କାଣ୍ଡି ଏକ ଛଡା ଗାଈ ବିକ୍ରି କରିବା ପାଇଁ ଜୈନିକ ମୁସଲମାନ ସଙ୍ଗେ ଯୋଗା ଯୋଗ କରି ପାଟଳଦା ଗ୍ରାମ ସଂସ୍ମାନ ନିକଟ ଏକ ଝାଉଁ ଗଛରେ ବାନ୍ଧିଥିଲେ । ସେହି ଝାଉଁ ଗଛର ଅନତି ଦୂରରେ ସୁରେନ୍ଦ୍ର ବେହେରା ଙ୍କ ଘର। ଶ୍ରୀ ବେହେରା ସନ୍ଧ୍ୟା ସମୟ ରେ ଦେଖିଲେ ଯେ,କାଳିଆ କଣ୍ଡି ସେଠି ବୁଲା ବୁଲି କରୁଛି। ହେଲେ, ସେ କିଛି ନକହି ସେଠାରୁ ଚାଲି ଯାଇଥିଲେ । ହେଲେ ବୁଧବାର ଦିନ ସକାଳେ ଶ୍ରୀ ବେହେରା ଙ୍କ ସମେତ ଯାତାୟାତ କରୁଥିବା ବହୁ ଲୋକ ଦେଖିବାକୁ ପାଇଲେ ଯେ,OD 13Y,6228 ନମ୍ବର ଥିବା ହିରୋହୁଣ୍ଡା ଏକ ନୂଆ ଗାଡ଼ିଟି ଭଙ୍ଗାରୁଜା ହୋଇ ରାସ୍ତା ଉପରେ ପଡ଼ିଥିବା ବେଳେ, ଲେ,ଲ୍ୟାଣ୍ଡ,OD 02BU8091ଗାଡ଼ିଟି ଭଙ୍ଗା ରୁଜା ଅବସ୍ଥାରେ ରାସ୍ତା କଡ଼ରେ ଥିବା ନୟନଯୋରି ରେ ପଡ଼ି ଅଛି। ଗାଡ଼ିର ବଡ ଡାଲା ସହ ଉଚ୍ଚା ବାଡ ରହିଥିବା ବେଳେ ଗାଈ ଗୋରୁ ବନ୍ଧା ଯିବା ପାଇଁ ବଡି ଦିହରେ ହୁକ୍ ସିଷ୍ଟମ ସହ,ଗୋବର ସବୁ ରହିଥିବା ଦେଖିବାକୁ ମିଳିଛି । ଏହି ଖବର ସକାଳୁ ସକାଳୁ ପ୍ରଚାରିତ ହେବାପରେ ଖବର ପାଇ ଅସ୍ତରଙ୍ଗ ଆଇ ଆଇ ସି,, ବିଦିତା ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି,ଆକ୍ରମଣ ଓ ପ୍ରତି ଆକ୍ରମଣ ସନ୍ଦେହ ଥିବା ଜାଗାକୁ ଯାଇ ତଦନ୍ତ କରିବା ସହ,ଭଙ୍ଗାରୁଜା ହୋଇଥିବା ଗାଡି ଗୁଡ଼ିକୁ ଜେସିବି ସାହାଯ୍ୟ ରେ ଉଦ୍ଧାର କରି ଅସ୍ତରଙ୍ଗ ଥାନାକୁ ନେଇଥିବା ବେଳେ,ଜମାଦାର ଫକିର ଚରଣ ଭୋଇ,ଦାରୋଗା ସଞ୍ଜୟ ମହାନ୍ତି,ସିପାହୀ ରଞ୍ଜନ କୁମାର ପଟ୍ଟନାୟକ ପ୍ରମୁଖ ଘଟଣା
ସ୍ଥଳରେ ପହଞ୍ଚି ଅନୁ ସନ୍ଧାନ ଜାରୀ ରଖିଛନ୍ତି। ଉଲ୍ଲେଖ ନୀୟ ଯେ,କାହା କାହା ଭିତରେ ଗଣ୍ଡଗୋଳ,ବା ମାଡ ପିଟ,ଭଙ୍ଗାରୁଜା ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ଜଣା ପଡ଼ିଛି।
ରାଜ୍ୟ
ଗୋରୁ ଚାଲାଣ କୁ ନେଇ ରାତି ଅଧରେ ତୁମୁଳ କାଣ୍ଡ,ଦୁଇ ଗୋଷ୍ଟି ମୁହାମୁହିଁ।
- Hits: 6








