(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଗ୍ୟାସ କଳାବଜାର, କୁତ୍ରିମ ଅଭାବ, ଅଧିକ ଦରରେ ବିକ୍ରି ଓ ପେଟ୍ରୋଲିୟମ କଳାବଜାର ରୋକିବା ନିମନ୍ତେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଏକ ୨୪ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଇଛି । ଯୋଗାଣ ନିରୀକ୍ଷକ ମହେନ୍ଦ୍ର କୁମାର ରାଏଙ୍କୁ (୮୪୫୬୦୭୮୧୪୯) କେନ୍ଦ୍ର ଅଧିକ୍ଷକ ଭାବେ ଦାୟିତ୍ୱ ଅର୍ପଣ କରିଥିବା ବେଳେ କ୍ଷିପ୍ର ଲେଖକ ଅର୍ତ୍ତତ୍ରାଣ ବେହେରାଙ୍କୁ ସହଯୋଗ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରୁ ଯେକୌଣସି ସମୟରେ ଗ୍ୟାସ ଜନିତ ସମସ୍ୟା ପ୍ରାପ୍ତ ହେଲେ ତୁରନ୍ତ ସମାଧାନ କରିବା ସହ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଅବଗତ କରିବା ନିମନ୍ତେ ନିର୍ଦ୍ଦେଶ ହୋଇଛି । ଗ୍ୟାସ ଓ ପେଟ୍ରୋଲିୟମ ସମସ୍ୟା ଯାହା ଥିଲେ ଉପରୋକ୍ତ ଅଧିକାରୀ ଓ ତାଙ୍କରି ମୋବାଇଲରେ ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।
ରାଜ୍ୟ
ଗ୍ୟାସ କଳାବଜାର ରୋକିବା ନିମନ୍ତେ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଖୋଲା ।
- Hits: 5








