ହେଡଲାଇନସ୍:

କେନ୍ଦୁଝର ଦରବାର ହଲ୍‌ରେ ଜନଗଣନା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୩/୩- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍‌ଠାରେ ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ଫିଲ୍ଡ ଟ୍ରେନର ମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିର ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦୋଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।​ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନରମାନେ ଫିଲ୍ଡ ଟ୍ରେନରଙ୍କୁ ଆଗାମୀ 'ଜନଗଣନା ୨୦୨୭' ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଆବଶ୍ୟକୀୟ ମାର୍ଗଦର୍ଶିକା ପ୍ରଦାନ କରିଥିଲେ ।
ପ୍ରଶିକ୍ଷଣର ଶେଷ ଦିନରେ, ଶିକ୍ଷାର୍ଥୀମାନେ କେବଳ ତତ୍ତ୍ୱଗତ ଜ୍ଞାନରେ ସୀମିତ ନ ରହି ବାସ୍ତବ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରାୟ ୩୫ ଜଣ ଫିଲ୍ଡ ଟ୍ରେନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳରେ ଏକ ନମୁନା ସର୍ଭେକରିଥିଲେ। ଏହି ଅଭ୍ୟାସ ଦ୍ୱାରା ଜନଗଣନା ସମୟରେ ସାମ୍ନାକୁ ଆସୁଥିବା ସମସ୍ୟା ଓ ତଥ୍ୟ ସଂଗ୍ରହର ସଠିକ ଶୈଳୀ ସମ୍ପର୍କରେ ସେମାନେ ଅବଗତ ହୋଇଥିଲେ।ଏହି ଟ୍ରେନରମାନେ ଆଗାମୀ ଦିନରେ ଜିଲ୍ଲାର ସୁପରଭାଇଜର ଏବଂ ଗଣନାକାରୀ ମାନଙ୍କୁ ପ୍ରଶିକ୍ଷିତ କରିବେ। 'ଜନଗଣନା ୨୦୨୭' କୁ ସୁରୁଖୁରୁରେ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିର ରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ, ଜିଲ୍ଲା ଜନଗଣନା ଅଧିକାରୀ, ଡେପୁଟି କଲେକ୍ଟର-ତଥା-ଡେପୁଟି ଜନଗଣନା ଅଧିକାରୀ ଏବଂ ସହକାରୀ କଲେକ୍ଟର-ତଥା-ସହକାରୀ ଜନଗଣନା ଅଧିକାରୀ ପ୍ରମୁଖ ଯୋଗ ଦେଇ ସଠିକ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ।

0
0
0
s2sdefault