ହେଡଲାଇନସ୍:

ପିଏମ କିଷାନ ଉତ୍ସବ ଦିବସ ପାଳିତ ହେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାଲେଶ୍ୱର, ତାରିଖ - ୧୩/୦୩/୩୦୨୬:ଆଜି ହେଉଛି ପିଏମ କିଷାନ ଉତ୍ସବ ଦିବସ । ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ଆସାମର ଗୁଆହଟିରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଭାସୀ ଜରିଆରେ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି ଟଙ୍କା ଭାରତର କୃଷକ ଭାଇଭଉଣୀ ମାନଙ୍କ ବ୍ୟାଙ୍କ୍ ଖାତାକୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ କକ୍ଷରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ କୃଷକ ଭାଇଭଉଣୀ ମାନେ ଗୁଆହାଟିରେ ଚାଲିଥିବା ପିଏମ କିଷାନ ଉତ୍ସବ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ଜରିଆରେ ଦେଖିଥିଲେ । ଓଡ଼ିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ବ କୃଷକ ମାନଙ୍କୁ ପିଏମ କିଷାନ ଯୋଜନାର ୨୨ ତମ କିସ୍ତିର ୬୮୪ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସମ୍ମାନୀତ ଅତିଥି, ସରକାରୀ ଅଧିକାରୀ, କର୍ମଚାରୀ ଓ କୃଷକ ଭାଇଭଉଣୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault