କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆର୍ଥ ଭେଞ୍ଚର ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୮। ୩: କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍‍ ଗ୍ଲୋବ୍‍ ଦ୍ୱାରା ଆୟୋଜିତ ନ୍ୟୁରୋଡାଇଭର୍ଜେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଚାରି ଦିନିଆ ଆର୍ଥ ଭେଞ୍ଚର କ୍ୟାମ୍ପ ଉଦ୍‍ଯାପିତ ହୋଇଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ କର୍ମଚାରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନ୍‍ ଗ୍ଲୋବ୍ ସହ ଜଡ଼ିତ ମହିଳାମାନଙ୍କ ସମର୍ପଣ ଓ ଶକ୍ତିକୁ ପ୍ରଶଂସା କରିଥିଲେ। ପ୍ରତ୍ୟେକ ମାଆ, ଶିକ୍ଷୟିତ୍ରୀ ଓ ଏଭଳି ପିଲାଙ୍କୁ ସେବା ଯୋଗାଇ ଦେଉଥିବା ମହିଳାମାନଙ୍କ ଅକ୍ଳାନ୍ତ ପ୍ରୟାସକୁ ସ୍ୱୀକାର କରିବା ସହ ନିରନ୍ତର ନ୍ୟୁରୋଡାଇଭର୍ଜେଣ୍ଟ ପିଲାମାନଙ୍କୁ ପାଳନପୋଷଣ, ସମର୍ଥନ ଓ ସଶକ୍ତ କରୁଥିବାରୁ ଶ୍ରୀ ସାମନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।


ଏହି ଅବସରରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡ ମୋନାଲିସା ବଳ ଯୋଗଦେଇ ନାରୀ ଓ ମାତୃତ୍ୱର ଯାତ୍ରା ଉପରେ ଆଲୋକପାତ କରିଥିଲେ। ଜଣେ ମା ଓ ଜଣେ ମହିଳା ହେବା ପାଇଁ କିପରି ଧୈର୍ଯ୍ୟ, ସାହସ ଓ କରୁଣା ଆବଶ୍ୟକ ତା ଉପରେ କହିବା ସହ ଜୀବନ ଓ ଭବିଷ୍ୟତ ଗଠନରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଆର୍ଥ ଭେଞ୍ଚର କ୍ୟାମ୍ପଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆକର୍ଷଣୀୟ ଓ ଅଭିଜ୍ଞତାମୂଳକ ଶିକ୍ଷା ଯାତ୍ରା ଭାବରେ ପ୍ରସ୍ତୁତ କରାଯାଇଥିଲା। ତିନି ଦିନ ଧରି ପିଲାମାନେ କଳା ଓ ହସ୍ତଶିଳ୍ପ, ବୃତ୍ତିଗତ ଦକ୍ଷତା ବିକାଶ, ସର୍ଜନଶୀଳ ପ୍ରକାଶନ, ଇନ୍ଦ୍ରିୟ-ଆଧାରିତ ଶିକ୍ଷା ଓ ଆତ୍ମବିଶ୍ୱାସ, ସ୍ୱାଧୀନତା ଓ ଦଳଗତ କାର୍ଯ୍ୟକୁ ଉତ୍ସାହିତ କରୁଥିବା ସହଯୋଗୀ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଶେଷରେ ନ୍ୟୁରୋଡାଇଭର୍ଜେଣ୍ଟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ପ୍ରତି ଉଲ୍ଲେଖନୀୟ ଅବଦାନ ସକାଶେ ତିନି ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।

0
0
0
s2sdefault