ସାମାଜିକ ସଦଭାବନା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖଣ୍ଡ ସାମାଜିକ ସଦଭାବନା ସମିତି ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସର ସଂସ୍କୃତି ଭବନରେ ରବିବାର ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତାର ସଙ୍ଗଠନ, ସେବା ଓ ସଂସ୍କାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମାଜିକ ସଦଭାବନା ବୈଠକରେ ସାମାଜିକ ସମରସତ୍ତା, ପରିବେଶ ସଂରକ୍ଷଣ, ପରିବାର ପ୍ରବୋଧନା, ସ୍ବ ଆଧାରିତ ଜୀବନ, ନାଗରିକର କର୍ତ୍ତବ୍ୟ ବୋଧ ଏବଂ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ୪୦ରୁ ଉର୍ଦ୍ଧ୍ବ ସଂଘି ଅଂଶଗ୍ରହଣ କରିଥିଲେ । ସଂଘର କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault