କେନ୍ଦୁଝର,ତା୮/୨- ଆଜି କେନ୍ଦୁଝର ପୁରୁଣା ସହରସ୍ଥ ସୁଖ ଶାନ୍ତି ସରୋବର ପରିସରରେ ମହା ଆଡମ୍ବରରେ ଆଧ୍ଯାତ୍ମିକ ପରିବେଶ ମଧ୍ୟରେ କେନ୍ଦୁଝର ବ୍ରହ୍ମାକୁମାରିଜ୍ ପରିବାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ନାରୀ ସଶକ୍ତିକରଣ ଉପରେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସେଣ୍ଟ୍ରାଲ ଜୋନ ପ୍ରତ୍ନତତ୍ତ୍ଵ ବିଭାଗର ଉପନିର୍ଦ୍ଦେଶକା ଶ୍ରୀମତୀ କନକ ପ୍ରଭା ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ସମାଜସେବୀ ରୋଟାରି କ୍ଲବ ସମ୍ପାଦିକା ଶ୍ରୀମତୀ ବବିତା ରାମ ଏଥିରେ ଯୋଗ ଦେଇଥିଲେ। ଅତିଥି ମାନେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବ୍ରହ୍ମାକୁମାରିଜ, କେନ୍ଦୁଝର ଶାଖା ସଂଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ଉପସ୍ଥିତ ମହିଳାମାନଙ୍କୁ ସମାଜ ଗଠନରେ ନାରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସଂସ୍ଥାର ସହ ସଂଚାଳିକା ବ୍ରହ୍ମାକୁମାରୀ ପ୍ରତିଭା ସ୍ୱାଗତ ଭାଷଣ ଦେବା ସଭା ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ମୁକୁନା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ଥାଟୋଇ ସାଧାରଣ ଜୀବନରେ ରାଜଯୋଗର ମହତ୍ତ୍ଵ ବିଷୟରେ ଅବଗତ କରାଇ ଉପସ୍ଥିତ ମହିଳାଙ୍କୁ ସ୍ୱଳ୍ପ ସମୟ ଲାଗି ଏହାର ସୁଖଦ ଅନୁଭୂତି ପ୍ରଦାନ କରିଥିଲେ। ବ୍ରହ୍ମାକୁମାରୀ ପ୍ରତିଷ୍ଠା ବ୍ରାହ୍ମକୁମାରୀ ସଂସ୍ଥାର ପରିଚୟ ପ୍ରଦାନ କରିଥିଲେ। ବ୍ରହ୍ମାକୁମାରୀ ଜୟଶ୍ରୀ ଏହି କାର୍ଯ୍ୟକ୍ରମରେ ଆତ୍ମଜ୍ଞାନ ପ୍ରଦାନ କରିଥିଲେ। ଅତିଥି ମାନେ ମହିଳା ଦିବସର ଶୁଭେଚ୍ଛା ଜଣାଇ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଵାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ସଭାରେ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା ମହିଳାମାନଙ୍କୁ ଉପହାର ପ୍ରଦାନ କରି ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା। ଶେଷରେ ବ୍ରହ୍ମାକୁମାରୀ ସ୍ୱାତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲାପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ରାଜ୍ୟ
ବ୍ରହ୍ମାକୁମାରିଜ, କେନ୍ଦୁଝର ତରଫରୁ ଅନ୍ତଃରାଷ୍ଟୀୟ ମହିଳା ଦିବସ ପାଳିତ।
- Hits: 84








