ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ-୭/୩/୨୬: ରାଜ୍ୟ ସମବାୟ ସଙ୍ଘ (ଭୁବନେଶ୍ୱର) ଏବଂ ସମବାୟ ପରିଚାଳନା କେନ୍ଦ୍ର (କୋରାପୁଟ) ର ମିଳିତ ପ୍ରୟାସରେ ସ୍ଥାନୀୟ ନିୟନ୍ତ୍ରିତ ବଜ଼ାର କମିଟୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡି.ଆର.ସି.ଏସ ଏବଂ କେ.ସି.ସି ବ୍ୟାଙ୍କ ଅଧୀନରେ ଥିବା ବିଭିନ୍ନ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ, ଶାଖା ପରିଚାଳକ ଏବଂ ଡି.ଇ.ଓ ମାନେ ସାମିଲ ହୋଇଥିଲେ। ଏହି ଶିବିରକୁ ଶ୍ରୀ ଥିଓଫିଲ ଶବର (ଡି ଆର ସି ଏସ୍) ଏବଂ ଶ୍ରୀ ଡି. ଭେଙ୍କେଟ ରାଓ (ଏ ଆର ସି ଏସ୍) ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆର୍ ଏମ ସି ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଦାସ, ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପାତ୍ର ଓ ଅଧ୍ୟାପକ ଶ୍ରୀ ନିରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଅବସରରେ ବିଶେଷଜ୍ଞମାନେ ଲ୍ୟାମ୍ପସ ସମବାୟ ସମିତିଗୁଡ଼ିକର କମ୍ପ୍ୟୁଟରୀକରଣ ଏବଂ କମନ ସେବା କେନ୍ଦ୍ର ମାଧ୍ୟମରେ କିଭଳି କୌଶଳପୂର୍ଣ୍ଣ ଭାବେ କାର୍ଯ୍ୟ କରାଯାଇପାରିବ, ସେ ନେଇ ଗଭୀର ଆଲୋଚନା କରିଥିଲେ। ଭୁବନେଶ୍ୱର, କୋରାପୁଟ ଓ ଜୟପୁରରୁ ଆସିଥିବା ଆଇ.ଟି ବିଶେଷଜ୍ଞ ଶ୍ରୀ ଅକ୍ଷୟ କୁମାର ପଣ୍ଡା, ଶ୍ରୀ ରୁଦ୍ର ନାରାୟଣ ମିଶ୍ର, ଶ୍ରୀ ସଞ୍ଜୀବ ସରାଫ ଏବଂ ଶ୍ରୀ ଆଶିଷ ମଣ୍ଡଳ କର୍ମଚାରୀମାନଙ୍କୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଡିଜିଟାଲ୍ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସମିତିମାନଙ୍କର ସୁଦୃଢ଼ୀକରଣ ଏବଂ ଚାଷୀମାନଙ୍କୁ ଉନ୍ନତ ସେବା ଯୋଗାଇବା କ୍ଷେତ୍ରରେ ଏହି ତାଲିମ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ରାଜ୍ୟ
ମାଲକାନଗିରି ଜିଲ୍ଲାରେ ସମବାୟ ସମିତିଗୁଡ଼ିକର କାର୍ଯ୍ୟଧାରାରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ଲକ୍ଷ୍ୟରେ ଏକ ଦିବସୀୟ ବୈଷୟିକ ତାଲିମ ଶିବିର
- Hits: 75








