ହେଡଲାଇନସ୍:

ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା,ରଘୁନାଥ କବାଡ଼ି ଏକାଡେମୀ ଚମ୍ପିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଓଡ଼ଗାଁ ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ପର୍ଯ୍ୟାୟରେ ରଘୁନାଥ କବାଡ଼ି ଏକାଡେମୀ ସହିତ କବାଡ଼ି ଓ୍ବାରୀୟର ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ରଘୁନାଥ କବାଡ଼ି ଏକାଡେମୀ ବିଜୟ ହାସଲ କରି ଚମ୍ପିୟାନ ଆଖ୍ୟା ହାସଲ କରିଥିଲେ । ବିଭାଗ ସଞ୍ଜଞଜକ ନିତ୍ୟ ଜିତ ଚମ୍ପତ୍ତି, ଓଡ଼ଗାଁ ପ୍ରଖଣ୍ଡ ସଞ୍ଜୋଜକ ମାନସ ରଞ୍ଜନ ସାହୁ, ଖୋର୍ଦ୍ଧା ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ବିକ୍ରମ ସାହୁ, ଓଡ଼ଗାଁ ପ୍ରଖଣ୍ଡ ସହ ସଞ୍ଜୋଜକ ସତ୍ୟଜିତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ବୟଂ ବିଶ୍ବଜିତ ସାହୁ ଏବଂ ଦେବିପ୍ରସାଦ ମ୍ୟାଚ୍ ପରିଚାଳନା କରିଥିଲେ । ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

0
0
0
s2sdefault