ହେଡଲାଇନସ୍:

ଏମ୍‌ଆଇ ବିଭାଗର ଗୋପନ ଉନ୍ନୟନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୂଚନା ଫଳକ ବିନା କାମ – କାହାକୁ ଲୁଚାଯାଉଛି ସତ୍ୟ ?

ବଲାଙ୍ଗିର, (ଶାସକ ପ୍ରଶାସକ)ତା.୦୭.୦୩ :- ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ ମାଟିଆଭଟା ଅଞ୍ଚଳରେ ମାଇନର ଇରିଗେସନ (ଏମ୍‌ଆଇ) ବିଭାଗ ପକ୍ଷରୁ ଚାଲୁଥିବା କିଛି ଉନ୍ନୟନମୂଳକ କାମ ସୂଚନା ଫଳକ ବିନା ହେଉଥିବା ଘଟଣା ସାମ୍ନାକୁ ଆସିଛି। ସରକାରୀ ନିୟମକୁ ଖୁଲମ ଖୁଲା ଉଲଂଘନ କରି ଏଭଳି କାମ କରାଯାଉଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ଓ ପାରଦର୍ଶିତା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ସରକାରୀ ନିୟମ ଅନୁଯାୟୀ, କୌଣସି ଉନ୍ନୟନମୂଳକ କାମ ଆରମ୍ଭ ପୂର୍ବରୁ ସେଠାରେ ସୂଚନା ଫଳକ ଲଗାଇବା ଅନିବାର୍ଯ୍ୟ । ଏହି ଫଳକରେ କାମର ନାମ, ଅନୁମୋଦିତ ଖର୍ଚ୍ଚ, କାର୍ଯ୍ୟ କରୁଥିବା ଠିକାଦାରଙ୍କ ନାମ, ସହିତ କାମ ଆରମ୍ଭ ଓ ସମାପ୍ତି ସମୟ ସୀମା ସ୍ପଷ୍ଟ ଭାବରେ ଲେଖା ଥିବା ଦରକାର। କିନ୍ତୁ ମାଟିଆଭଟା ଅଞ୍ଚଳରେ ଚାଲୁଥିବା କିଛି କାମରେ ଏହି ମୌଳିକ ନିୟମକୁ ଅବହେଳା କରାଯାଇଥିବା ଦେଖାଯାଇଛି।
ସୂଚନା ଫଳକ ନଥିବାରୁ କାମର ସଠିକ୍ ବିବରଣୀ ସାଧାରଣ ଲୋକଙ୍କୁ ଜଣାପଡ଼ୁନାହିଁ। ଏଥିସହ କାମର ଗୁଣବତ୍ତା, ଅନୁମୋଦିତ ଖର୍ଚ୍ଚ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ସ୍ଥାନୀୟ ଲୋକମାନଙ୍କ ମତରେ, ଏଭଳି ଗୋପନୀୟ ଭାବରେ କାମ କରାଯିବା ଦୁର୍ନୀତିକୁ ବଢ଼ାଇବାର ଏକ ଚେଷ୍ଟା ହୋଇପାରେ।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାର ତଦନ୍ତ କରି ଦାୟୀ ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ, ସହିତ କାମର ଆର୍ଥିକ ଓ ପ୍ରଶାସନିକ ଅଡିଟ୍ କରିବାକୁ ଦାବି କରିଛନ୍ତି। ପ୍ରୟୋଜନ ପଡିଲେ ଘଟଣାରେ ଭିଜିଲାନ୍ସ ତଦନ୍ତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
ଏବେ ପ୍ରଶ୍ନ ଉଠୁଛି- କାହାର ଆଶ୍ରୟରେ ଚାଲିଛି ଏହି କାମ? ଓ ପ୍ରଶାସନ ଏଥିରେ କେବେ ନେବ କଡ଼ା ପଦକ୍ଷେପ?
ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ଦୃଷ୍ଟି ପ୍ରଶାସନର ପଦକ୍ଷେପ ଉପରେ ରହିଛି।

0
0
0
s2sdefault