ହେଡଲାଇନସ୍:

ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଅଦ୍ୟ ତା ୦୨.୦୩.୨୦୨୬ ରିଖ ମାଲକାନଗିରି ସଦର ସ୍ଥିତ ଶିକ୍ଷକ ଭବନ ଠାରେ ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ ନିମନ୍ତେ ସାମ୍ବିଧାନିକ ବୈଠକ ଅନୁଷ୍ଠିତ ହୋଇ ଥିଲା l ନିର୍ବାଚନ କୁ ପରିଚାଳନା କରିବା ନିମନ୍ତେ ରାଜ୍ୟ ସଂଘର ଏ ୟୁ ପି ଟୀ ଏଫ୍ ଉପ ସଭାପତି ରଞ୍ଜିତ ନାୟକ ,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ତାରକ ମଣ୍ଡଳ ସମ୍ପାଦକ ଶ୍ରୀ ଦାମଦୋର ସାହୁ, ମାଥିଲି ବ୍ଲକ ସଭାପତି ଜୟରାମ ଭୂମିଆ ,ସମ୍ପାଦକ ସଂଜୟ ରାଇସିଂ,ଖଇରପୁଟ ବ୍ଲକ ସଂଘର ସମ୍ପାଦକ ହିମାଂଶୁ ଶେଖର ପାଢ଼ୀ,ଲଷ୍ମୀ ରଥ ଓ ଜିଲ୍ଲା ସଂଘର କୋଷାଧ୍ୟକ୍ଷ ଚିତ୍ତ ରଞ୍ଜନ ସରକାର ପ୍ରମୁଖ ଉପସ୍ଥିତ ହୋଇ ସଂଘ ପୁନର୍ଗଠନ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିଥିଲେ।ସହମତି ଭିତିରେ 7:1 ସଭ୍ୟ ସଭ୍ୟା ଙ୍କୁ ନେଇ ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରୂପେ ରାମ ପ୍ରସାଦ ପାଢ଼ୀ ପୁନଃ ମନୋନୀତ ହୋଇଥିଲେ।ଉପ ସଭାପତି ସପନ କୁମାର ମଣ୍ଡଳ ଓ ବାସନ୍ତୀ ପୋଟଲା,ସମ୍ପାଦକ ରୁପେ ମୋନୋଜ କୁମାର ସେଡା,ସହ ସମ୍ପାଦକ ଶ୍ରୀ ଉମାକାନ୍ତ ମୁଦୁଲି, ପବିତ୍ର ଖରାଇ, ସନ୍ତୋଷ ପ୍ରଧାନ ମୋନୋନିତ ହୋଇଥିଲେ। ସଂଘ କୋର୍ଡିନେଟର ରୂପେ ହରି ପିଡ଼ିଆମି ଓ କୋଷାଧ୍ୟକ୍ଷ ରୂପେ ଖଗେଶ୍ବର ରାଉତ ମନୋନୀତ ହୋଇଥିଲେ । ସଭାଟିକୁ ସୁ ପରିଚାଳନା କରିବା ନିମନ୍ତେ ପୁର୍ଣ ଚନ୍ଦ୍ର ଖଣ୍ଡପାଣି ଓ ହରିବନ୍ଧୁ ବାଙ୍କିଆ ସହଯୋଗ କରି ସଙ୍ଘର ତାତ୍ପର୍ଯ୍ୟ ବିଷୟରେ ପ୍ରକାଶ କରି ଥିଲେ ସର୍ବଶେଷ ରେ ବରିଷ୍ଟ ଶିକ୍ଷକ ତଥା ଦୃଢ଼ ସଂଗଠକ ମୋନୋରଞ୍ଜନ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault