ହେଡଲାଇନସ୍:

ବିଶ୍ଵବିଳ୍ପବ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡିଡି ଇଲେଭେନ ଭଦ୍ରକ ଚମ୍ପିୟାନ। 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ସ୍ଥାନୀୟ ଏକୋଇଶି ନମ୍ୱର ୱାର୍ଡ ର ଦେଉଳି ଠାରେ ସନ ରାଇଜ କ୍ଲବ୍ ଆନୁକୁଲ୍ୟ ରେ ତିନି ଦିନିଆ କ୍ରିକେଟ ଖେଳ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ରେ ମୋଟ ଆଠ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ରେ ଡି ଡି ଇଲିଭେନ୍ ଓ କହ୍ନେଇ ବିନ୍ଧା ମଧ୍ୟ ରେ ଅନ୍ତିମ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଡି ଡି ଇଲେଭେନ ଚମ୍ପିୟାନ ହୋଇଛି।  ଅତିଥି ଭାବେ ଯୁବ ସମାଜ ସେବୀ ଚନ୍ଦ୍ର କାନ୍ତ ଦାସ, ଶିକ୍ଷାବିତ୍ ଅଭିମନ୍ୟୁ ବେହେରା, କାଉନସିଲର ମଧୁସ୍ମିତା ସେଠୀ, ହିମାଦ୍ରି ପୁହାଣ, ଗୀତା ରାଣୀ ବେହେରା, ସୁବାସ ସେଠୀ, ପ୍ରବୀଣ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି ଅବସର ରେ ପ୍ରଶାନ୍ତ ଧଳ ଙ୍କ ସଂଯୋଜନା ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ବିଜୟୀ ଦଳ କୁ ଆର୍ଥିକ ରାଶି ଓ ଟ୍ରଫି ଓ ରନସ୍ ଅଫ ଦଳ କୁ ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରାଯାଇଛି। ଖେଳ କୁ ଅମ୍ପାୟର ଭାବ ରେ ମଳୟ ରଞ୍ଜନ ବେହେରା, ଗଣେଶ ବେହେରା ପରିଚାଳନା କରିଥିଲେ। ସେହିପରି ଧାରା ବିବରଣୀ ପବିତ୍ର ବେହେରା, ସ୍କୋର ର କିରଣ ବେହେରା, ବସନ୍ତ ବିଶ୍ଵାଳ ଥିଲେ। ତିନି ଦିନ ରେ ଏହି ଖେଳ କୁ ସନ୍ ରାଇଜ କ୍ଲବ୍ ର ସଭାପତି ସୁବ୍ରତ କୁମାର ବେହେରା, ଜୟନ୍ତ ନାୟକ, ଶରତ ସେଠୀ, ସୌମ୍ୟ ସୌରଭ ନାୟକ, ସଂଗ୍ରାମ ଗାହାଣ, ମଳୟ ରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଛନ୍ତି।

0
0
0
s2sdefault