ହେଡଲାଇନସ୍:

ବିଜୁ ଜନତା ଦଳର ବନ୍ଧୁ ମିଳନ ସମାବେଶ, ସଙ୍ଗଠନ ସୁଦୃଢିକରଣ ପାଇଁ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ନୟାଗଡ଼ ବିଧାନମଣ୍ଡଳ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ପ୍ରାୟ ଦୁଇ ହଜାରରୁ ଅଧିକ କର୍ମୀ ଓ ସମର୍ଥକ ରବିବାର ବୁଢ଼ା ବୁଢିଆଣୀ ଡ୍ୟାମ ପରିସରରେ ଆୟୋଜିତ ବନ୍ଧୁ ମିଳନ ସମାବେଶରେ ସମାଗମ ହୋଇଥିବା ଜଣାପଡିଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଗ୍ରାମ ସ୍ତରରୁ ସଙ୍ଗଠନକୁ ଅଧିକ ସୁଦୃଢ ଓ ସକ୍ରିୟ କରିବା ପାଇଁ ବିଧାୟକ ପଞ୍ଚାୟତ ସ୍ତରୀୟ ଦଳୀୟ ନେତୃତ୍ୱଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଦଳୀୟ ଏକତା ଓ ଶୃଙ୍ଖଳା ହେଉଛି ସଙ୍ଗଠନର ପ୍ରଧାନ ଶକ୍ତି। ସମସ୍ତେ ଏକତ୍ରିତ ରହି କାର୍ଯ୍ୟ କଲେ କୌଣସି ବିରୋଧୀ ଶକ୍ତି ସଙ୍ଗଠନ ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇବେ ନାହିଁ ବୋଲି ଇଶାରାରେ ପରାମର୍ଶ ଦେଇଥିଲେ । ସମାବେଶରେ ଦଳୀୟ କର୍ମୀମାନଙ୍କୁ ଗ୍ରାମ ସ୍ତରରେ ଲୋକସମ୍ପର୍କ ବୃଦ୍ଧି, ଲୋକଙ୍କ ସମସ୍ୟାର ସମାଧାନ ଓ ସରକାରୀ ଯୋଜନା ଗୁଡିକ ସଠିକ ରୂପାୟନ ପାଇଁ ସମନ୍ୱୟମୂଳକ ଭୂମିକା ନିଭାଇବାକୁ ଆହ୍ୱାନ କରାଯାଇଥିଲା। ଉଲ୍ଲେଖନୀୟ ଯେ, ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଥିବା ସତ୍ୱେ, ପଞ୍ଚାୟତ ସ୍ତରରେ ଗୁରୁତ୍ୱର ଅଭାବ ରହିଛି । ଏଣୁ ସଙ୍ଗଠନକୁ ମଜଭୁତ ରଖାଗଲେ ରାଜନୈତିକ ସଫଳତାର ଶ୍ରେୟ ମିଳିବା ସହଜ ହୋଇପାରିବ। ଏହି ପରିପ୍ରେକ୍ଷୀରେ ବିଜୁଜନତାଦଳର କର୍ମୀମାନେ ସୁସଙ୍ଗଠିତ ଓ ସଚେତନ ରହି କାର୍ଯ୍ୟ କରିବାର ଆବଶ୍ୟକତା ଉପସ୍ଥାପିତ ହୋଇଥିଲା। ସମାବେଶରେ ଉପସ୍ଥିତ ଗ୍ରାମୀଣ ନେତୃତ୍ୱ ମାନେ ଦଳୀୟ ଆଦର୍ଶ, ଉନ୍ନୟନମୂଳକ ଦୃଷ୍ଟିକୋଣ ଓ ସଂଗଠନାତ୍ମକ ଏକତାକୁ ଆଗେଇ ନେବା ପ୍ରତି ଦୃଢ ସଙ୍କଳ୍ପ ପ୍ରକାଶ କରିଥିଲେ।

0
0
0
s2sdefault