ହେଡଲାଇନସ୍:

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଷ୍ଠା ଓ ସାଧନା ବଳରେ ସଫଳତା ପାଇପାରିବା: ବିଧାୟକ


ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-- ବେଲଗୁଣ୍ଠା ର ପ୍ରତିଷ୍ଠିତ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଶିକ୍ଷା କେବଳ ଡିଗ୍ରୀ ହାସଲ କରିବାର ମାଧ୍ୟମ ନୁହେଁ, ବରଂ ଏହା ଜଣେ ଦାୟିତ୍ୱବାନ ନାଗରିକ ଗଠନର ମୂଳଦୁଆ। ଆଜିର ଯୁବପିଢ଼ିଙ୍କ ନବସୃଜନ ଓ ଉଦ୍ୟୋଗିତା ମାଧ୍ୟମରେ ହିଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଶକ୍ତିଶାଳୀ ଭାରତ'ର ସ୍ୱପ୍ନ ସାକାର ହୋଇପାରିବ। ସରକାର ଶିକ୍ଷାର ବିକାଶ ଓ ଭିତ୍ତିଭୂମି ଉନ୍ନୟନ ପାଇଁ ଅନେକ ଜନହିତକର ଯୋଜନା କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କ ଡିଜିଟାଲ ଶିକ୍ଷା ଲାଭ ନିମନ୍ତେ ଏକ ଆଧୁନିକ କମ୍ପ୍ୟୁଟର ଲ୍ୟାବ୍ ର ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଫିରୋଜ କୁମାର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ ଓ ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିଲେ। ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଶେଷ କରି ଛାତ୍ରୀ ଦୁଖୀମାଳା ଗୌଡ଼ ଏବଂ ଛାତ୍ର ପବିତ୍ର କୁମାର ଜେନା ଚଳିତ ବର୍ଷର କ୍ରୀଡ଼ା ଚମ୍ପିୟାନ ଭାବେ ସମ୍ମାନିତ ହୋଇଛନ୍ତି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡଃ ପ୍ରଫୁଲ୍ଲ କୁମାର ଜେନା, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ଲକ୍ଷ୍ମୀ ଗୌଡ଼, ପିଙ୍କି ପାତ୍ର, କ୍ରୀଡ଼ା ଶିକ୍ଷକ ବିଶ୍ୱରଞ୍ଜନ ସ୍ୱାଇଁ ଏବଂ ଗ୍ରନ୍ଥାଗାରିକ ରଞ୍ଜିତ କୁମାର ସାମଲଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପରିଶେଷରେ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି

0
0
0
s2sdefault