ହେଡଲାଇନସ୍:

ଟ୍ରାକ୍ଟର ଓଲଟି ଜଣେ ମୃତ, ଚାରିଜଣ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ଟିକିରି ସ୍ଥିତ ତୋଟାଗୁଡା ବୁଲାଣି ନିକଟରେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଏକ ଟ୍ରାକ୍ଟର ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜେକେପୁର ଅଞ୍ଚଳର ପାଞ୍ଚଜଣ ଶ୍ରମିକ ଏକ ଟ୍ରାକ୍ଟରରେ ସିମେଣ୍ଟ ଖୁଣ୍ଟ ନେଇ ଟିକିରି ଅଭିମୁଖେ ଯାଉଥିଲେ। ତୋଟାଗୁଡା ବୁଲାଣି ନିକଟରେ ହଠାତ୍ ଚାଳକ ଭାରସାମ୍ୟ ହରାଇବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ସମୀର ମେଲେକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଟିକିରି ପୋଲିସ ଓ ଦମକଳ ବାହିନୀ ତତ୍କ୍ଷଣାତ୍ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଟିକିରି ସ୍ଥିତ ଉଷାପଡା ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

0
0
0
s2sdefault